Site icon Awaj Media

ଆଉ ନାହାନ୍ତି ଶ୍ରେଷ୍ଠ କ୍ରୀଡ଼ାବିତ କିଶୋର ଜେନା

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସମଗ୍ର ବିଶ୍ୱରେ ମହାମାରୀ କରୋନାର ଆତଙ୍କ . କରୋନା କବଳରେ ପଡି ଲିଭି ଯାଉଛି ଅନେକଙ୍କ ଜୀବନ ଦୀପ . କଟକ ସଦର ବ୍ଲକ ଆୟତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ସମିତିସଭ୍ୟ କିଶୋର ଜେନା(୪୮)ଙ୍କର କରୋନା ମହାମାରୀ ସଂକ୍ରମଣ ଜନିତ ଅକାଳ ବିୟୋଗ ଘଟିଅଛି ! କଟକ ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ତଥା କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କଳାବିହାର,କନ୍ଦରପୁର,କଟକ ପକ୍ଷରୁ ଦିବଂଗତ ଲୋକପ୍ରିୟ ରାଜନେତା ବିଶିଷ୍ଟ ସମାଜସେବୀ ଶ୍ରେଷ୍ଠ କ୍ରୀଡ଼ାବିତ କିଶୋର ଜେନାଙ୍କ ଅକାଳ ବିୟୋଗରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି . ସ୍ୱର୍ଗତ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭାରେ ପରିଷଦର ସଭାପତି ନାରିନେତ୍ରୀ ପ୍ରତିଭା ଶତପଥୀ, ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଂଯୋଜକ ଚକ୍ରବର୍ତ୍ତୀ ଓତା, ଗୁରୁ ମହାଦେବ ମହାରଣା, ସାହିତ୍ୟିକ ବିକ୍ରମ ନନ୍ଦ, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଦାସ, ଦୈତାରି ପ୍ରଧାନ, ପ୍ରଦୀପ୍ତ ମହାଳି, ସଂଧ୍ୟାରାଣୀ ଦାସ, ସମାଜସେବୀ ଅଭିରାମ ସାହୁ , ଅନ୍ୟତମ ମୁଖ୍ୟ ଉଦ୍ୟୋକ୍ତା ଇଂ ସେବକ ଶ୍ରୀକାନ୍ତ ତଥା ପରିଷଦର ଛାତ୍ରଛାତ୍ରୀ ମାନଙ୍କ ତରଫରୁ କରୋନା କଟକଣା ପୂର୍ବକ ପରିଷଦ କାର୍ଯ୍ୟାଳୟରେ ଶୋକ ପାଳନ କରିବା ସହ ଅମର ଆତ୍ମାଙ୍କ ସଦଗତି କାମନା କରିଯାଇଛି ! ଏହି ମର୍ମରେ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ସରସ୍ୱତୀ କଳା ପରିଷଦ ସେହି ଅମର ଆତ୍ମାଙ୍କୁ ଅନୁଷ୍ଠାନର ବିଭିନ୍ନ ସମୟରେ ବାର୍ଷିକ ଉତ୍ସବରେ ଅତିଥି ଭାବରେ ପାଇ ଗର୍ବିତ, ତାଙ୍କ ପ୍ରାଣସ୍ପର୍ଶୀ ବକ୍ତବ୍ୟ ପ୍ରେରଣାର ଉତ୍ସ ଓ ଅନୁଷ୍ଠାନ ପାଇଁ ସର୍ବଦା ଆଶୀର୍ବାଦ ହୋଇ ରହିବ !

Exit mobile version