Site icon Awaj Media

ମାଡ଼ବା ଗ୍ରାମବାସୀଙ୍କର ନୂତନ କଲୋନୀରେ ଗୃହପ୍ରବେଶ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାମୁଦ୍ରିକ ବାତ୍ୟା ତିତିଲିକୁ ଦୁଇ ବର୍ଷ ପୁରିବାକୁ ଯାଉଥିବା ବେଳେ ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡା ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତିର କଇଁପୁର ଗ୍ରାମ ପଞ୍ଚାୟତର ମାଡ଼ବା ଗ୍ରାମ ଅନ୍ୟତମ ଅଟେ . ବାତ୍ୟା ପ୍ରଭାବ ତଥା ଭୂସ୍ଖଳନ ପାଇଁ ମାଡ଼ବା ଗ୍ରାମ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଯୋଗୁଁ ତିତିଲି ବାତ୍ୟା ପରେ ଜିଲ୍ଲା ପ୍ରଶାସନ ଏବଂ ଗ୍ରାମବାସୀ ମିଶି ଏକ ନିରାପଦ ସ୍ଥାନରେ ଗ୍ରାମ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ . ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମବାସୀଙ୍କ ପାଇଁ ବାସସ୍ଥାନ ନିର୍ମାଣ ପାଇଁ କଇଁପୁର ନିକଟରେ ଏକ ନିରପଦ ସ୍ଥାନରେ କାମ ଆରମ୍ଭ ହୋଇଥିଲା . ଲୋକମାନଙ୍କ ସବୁ ପ୍ରକାର ଆନୁସଙ୍ଗିକ ସୁବିଧା ଯେପରିକି ପାନିୟ ଜଳ, ବିଦ୍ୟୁତ ଯୋଗାଣ,ପାଇଖାନା, ରାସ୍ତା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା . ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ମୁହୂର୍ତ୍ତରେ ପହଞ୍ଚିଥିବା ସମୟରେ ଜିଲ୍ଲାପାଳ ଅନୁପମ ସାହା ଗ୍ରାମରେ ପହଞ୍ଚି ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା, ବ୍ଳକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Exit mobile version