Site icon Awaj Media

ସୁଯୋଗ ଅପେକ୍ଷାରେ ସୌଭାଗ୍ୟ

Spread the love

ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସୌଭାଗ୍ୟଙ୍କୁ ଦେଶ ପାଇଁ ସୁନାମ ଆଣିବାର ସୁଯୋଗ କେବେ ମିଳିବ ? ସୌଭାଗ୍ୟଙ୍କୁ ଓ ତାଙ୍କର ପ୍ରତିଭାକୁ ଜାଣିଥିବା ଲୋକେ ପଚାରିଛନ୍ତି ଏ ପ୍ରଶ୍ନ ! ଏହା କୌଣସି ଫିଲ୍ମ ତଥା ରିଆଲଟି ସୋର ଅଂଶ ବିଶେଷ ନୁହେଁ ! ଏ ହେଉଛନ୍ତି ଆମ ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ,ତଥା ଓଡିଶା ମାଟିର ”ଏକଲବ୍ୟ” !! ବିନା ପ୍ରଶିକ୍ଷଣରେ ନିଜ ପ୍ରତିଭାରେ ସମସ୍ତଙ୍କୁ ଚମକାଇ ଦେଇଥିବା ଖୋର୍ଦ୍ଧା ଜିଲ୍ଲା ମାଗୁରା ଅଞ୍ଚଳର ଯୁବ ଆଥଲେଟ୍ ସୌଭାଗ୍ୟ ରଂଜନ ବରାଡ। ଯଦି ସରକାରୀ ସାହାଯ୍ୟ ମିଳି ପାରନ୍ତା ତେବେ ରାଜ୍ୟ ତଥା ଦେଶ ପାଇଁ ଗୈାରବ ଆଣି ପାରନ୍ତେ ଏଥିରେ ସନ୍ଦେହ ନାହିଁ। ଯଦି ସୌଭାଗ୍ୟଙ୍କ ପ୍ରତିଭା ର ବିକାଶ ପାଇଁ ସରକାରୀ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ବିଶ୍ୱ ସ୍ତରରେ ସୌଭାଗ୍ୟ ଭାରତ ପାଇଁ ବହୁ ଖ୍ୟାତି ଓ ଗୌରବ ଅର୍ଜନ କରି ପାରିବେ ବୋଲି ତାଙ୍କୁ ଜାଣିଥିବା ଲୋକେ ପ୍ରକାଶ କରିଛନ୍ତି ।

Exit mobile version