Site icon Awaj Media

ବାଙ୍କୀରେ ବଜ୍ରାଘାତ ଘଟି ୨ମୃତ, ୩ ଆହତ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଦୁଲଣ।ପୁର ଗ୍ରାମରେ ବଜ୍ରପାତ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକ ଦୁଇ ଜଣ ହେଲେ ନାମ ଲିପୁ ପରିଡା ଏବଂ ଧାଡ଼ିଆ ସାହୁ । ଏହାସହ ତିନି ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟବାସୀ । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଆଜି ସକାଳେ ଜମିରେ କାମ କରୁଥିବା ବେଳେ ଲଘୁଚାପ ବର୍ଷାସହ ଘଡଘଡି, ବିଜୁଳି ମାରିବାରୁ ସେହିଠାରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।ଅନ୍ୟ ତିନିଜଣ ଆହତ ହୋଇଥିବାର ଲୋକେ ଦେଖି ଗ୍ରାମ ଲୋକଙ୍କୁ ଖବର ଦେବାରୁ ଗ୍ରାମଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

Exit mobile version