Site icon Awaj Media

ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସହିଦ କଷ୍ଟି ଡାକୁଆଙ୍କ ଜନ୍ମସ୍ଥାନ କୁଶ ବିଡ଼ା ଗ୍ରାମର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିପାରିଛନ୍ତି ବିଧାୟକ . ବର୍ଷ ବର୍ଷ ଧରି ଅଂଚଳରେ ଲାଗିରହିଥିବା ପାନୀୟ ଜଳ ଅସୁବିଧାକୁ ସମାଧାନ କରିଛନ୍ତି ବିଧାୟକ ଶ୍ରୀ ବେହେରା . ଗ୍ରାମରେ ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ଏହାକୁ ବିଧାୟକ ଶ୍ରୀ ବେହେରା ଉଦ୍ଘାଟନ କରିଛନ୍ତି .ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବିଡ଼ିଓ ପ୍ରମୋଦ କୁମାର ଦଳବେହେରା, ଡ଼. ବନମାଳୀ ପ୍ରଧାନ, ବିଜେଡି ନେତା ସନାତନ ସାମଲ, ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ସାହୁ, ସମିତିସଭ୍ୟ ଙ୍କ ପ୍ରତିନିଧି ପାଣୁ ଚରଣ ଖଣ୍ଡୁଆଳ, ନୂଆଗାଁ ସମିତିସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସମିତିସଭ୍ୟ ଦିଲ୍ଲୀପ କୁମାର ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ . ବିଧାୟକଙ୍କ ପ୍ରଚେଷ୍ଟା ରେ ପାନୀୟ ଜଳ ସମସ୍ୟା ଦୂରୀକରଣ ହୋଇଥିବାରୁ ସ୍ଥାନୀୟବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପ୍ରଶଂସା କରିଛନ୍ତି .

Exit mobile version