Site icon Awaj Media

ଗଛରେ ପିଟିହୋଇ ହୁ ହୁ ଜଳିଗଲା କାର !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା . ଗଛରେ ପିଟି ହୋଇ କାରରେ ଲାଗିଗଲା ନିଆଁ . ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସମୟରେ କଳାପଥର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ./ ସୂଚନା ଅନୁଯାୟୀ ରାତି ପ୍ରାୟ 12.30 ସମୟରେ ଭୁବନେଶ୍ୱରରୁ କୃଷ୍ଣପଲି ଯାଉଥିବା ଏକ ଟାଟା ଜେଷ୍ଟ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି. ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଉକ୍ତ କାରରେ ନିଆଁ ଲାଗିଯାଇଥିଲା. କାରଟି ସମ୍ପୂର୍ଣ ଭାବରେ ଜାଳି ଯାଇଥିବା ସମୟରେ ଅଗ୍ନିଶମ ବିଭାଗର ମର୍ମଚାରୀ ପହଞ୍ଚି ଲାଗିଥିବା ନିଆଁ କୁ ନିୟନ୍ତ୍ରଣ କରିଥିଲେ l ଦୁର୍ଘଟଣାରେ ଆହତ ଡ୍ରାଇଭର ଜଣକ ବୈଦେଶ୍ଵର ଥାନା ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମ ଇନ୍ଦ୍ରମଣି ସାହୁ ବୋଲି ଜଣାଯାଇଛି .

Exit mobile version