Site icon Awaj Media

ଗଜପତିରେ ଲଗାଣ ବର୍ଷା ଜାରି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ଲଘୁଚାପ ଅବପାତ ନେବା ପରେ ଗଜପତି ଜିଲ୍ଲାରେ ଗତ କାଲି ଠାରୁ ବର୍ଷା ଆରମ୍ଭ ହୋଇଛି।ଚାରୋଟି ବ୍ଳକରୁ ପାଞ୍ଚ ଶହ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ସହିତ ଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ବ୍ଳକ ପ୍ରଶାସନ କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାହାଡ଼ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ଆଣିବାକୁ ଜିଲ୍ଲାପାଳ ଆଗରୁ ନିର୍ଦ୍ଦେଶ ଦେଇଥିଲେ।

Exit mobile version