Site icon Awaj Media

ଦିବଂଗତ ସାମ୍ବାଦିକ ଗୋବିନ୍ଦ ପରିଡାଙ୍କୁ ବାଙ୍କୀ ପ୍ରେସ କ୍ଳବ ତରଫରୁ ଶ୍ରଦ୍ଧାଞ୍ଜଳି !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀରେ କାର୍ଯ୍ୟରତ ଜ଼ୀ ଓଡ଼ିଶାର ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଅକାଳ ବିୟୋଗରେ ଆଜି ବାଙ୍କୀ ପ୍ରେସ କ୍ଳବ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବାଙ୍କୀ ପ୍ରେସ କ୍ଲବ ସଦସ୍ୟଙ୍କ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସ୍ଥାନୀୟ ବିଦ୍ୟାରତ୍ନ ଭବନ ଠାରେ ସ୍ମୁତିସଭା ଅନୁଷ୍ଠିତ ହୋଇଯାଇଛି । ବାଙ୍କୀର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଏହି ସ୍ମୁତିସଭାରେ ଯୋଗ ଦେଇଥିଲେ । ବାଙ୍କୀ ପ୍ରେସ କ୍ଲବର ସଭାପତି ବଳଭଦ୍ର ପଣ୍ଡା, ଉପ-ସଭାପତି ସମରେନ୍ଦ୍ର ମହାପାତ୍ର, ସମ୍ପାଦକ ସୁବାସ ଚନ୍ଦ୍ର ପାଢ଼ୀଙ୍କ ସମେତ ପ୍ରିଣ୍ଟ ମିଡିଆ ଓ ଇଲୋକ୍ଟ୍ରୋନିକ ମିଡ଼ିଆର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ପରିଡ଼ା ଜଣେ ନିଷ୍ଠାପର ନିର୍ଭୀକ କର୍ମଜୀବୀ ସାମ୍ବାଦିକ ଭାବେ ଅଂଚଳରେ ବେଶ ପରିଚିତ ଥିଲେ । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ 48ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ବାଙ୍କୀ ପ୍ରେସ କ୍ଲବ ପକ୍ଷରୁ ଦିବଂଗତ ସାମ୍ବାଦିକ ଗୋବିନ୍ଦ ପରିଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରର ମଙ୍ଗଳ କାମନା କରି ମା ଚାର୍ଚ୍ଚିକା ଓ ପ୍ରଭୁ ଜଗନାଥଙ୍କ ନିକଟରେ ସାମ୍ବାଦିକ ମାନେ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଗୌରାଙ୍ଗ ବେହେରା, ବିଭୂପ୍ରସାଦ ସାମଲ , ଅନନ୍ତ ପଟ୍ଟନାୟକ, ଆଶୋକ କୁମାର ରଣା, ଜ୍ଞାନେନ୍ଦ୍ର ମେ।।ହନ ମିଶ୍ର, ଗୌତମ ମିଶ୍ର , ଅରବିନ୍ଦ ହରିଚନ୍ଦନ, ଶୁଭେନ୍ଦୁ ମହାପାତ୍ର ,ମନୋଜ କୁମାର ଦଳେଇ, ପ୍ରଦୀପ ଜେନା, କାହ୍ନୁଚରଣ ବେହେରା, ସଂଜୀବ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଆଶିଷ କୁମାର ମହାପାତ୍ର, ପ୍ରଶାନ୍ତ କର, ଅନନ୍ତ ରଣା, ସୂର୍ଯ୍ୟ ପ୍ରକାଶ ସାହୁ, ପ୍ରଶାନ୍ତ ପଲେଇ ଏବଂ ଅଜିତ ରଣା ପ୍ରମୁଖ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ସ୍ୱର୍ଗତ ସାମ୍ବାଦିକ ଗୋବିନ୍ଦ ପରିଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

Exit mobile version