Site icon Awaj Media

ବିଶ୍ୱ ହାତଧୁଆ ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ଵିକ କୁମାର ପଟ୍ଟନାୟକ ଉପସ୍ଥିତ ରହି ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ଖାଇବା ପୂର୍ବରୁ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଆବଶ୍ୟକ ବୋଲି କହିଥିଲେ । ଏବଂ ହାତ ଧୋଇବାର ଶୈଳୀ ଦେଖାଇଥିଲେ। ଯାହା ଫଳରେ ହାତର ଜୀବାଣୁ ଗୁଡିକ ଧୋଇଯିବା ସଙ୍ଗେ ସଙ୍ଗେ ହାତ ମାଧ୍ୟମରେ ଆମ ଦେହକୁ ଜୀବାଣୁ ପ୍ରବେଶ କରି ପାରିବ ନାହିଁ ଏବଂ ବିଭିନ୍ନ ରୋଗ ଆକ୍ରମଣରୁ ମଧ୍ୟ ଆମେ ମୁକ୍ତ ରହିବା ସହ କରୋନା ମହାମାରୀ ଠାରୁ ରକ୍ଷା ପାଇବାକୁ ହେଲେ ଆମକୁ ପ୍ରତି ମୁହୂର୍ତ୍ତରେ ହାତ ଧୋଇବା ଆବଶ୍ୟକ ବୋଲି କହିଥିଲେ । ଭାରତ ସ୍କାଉଟ ଗାଇଡ଼ ଏବଂ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ପାତ୍ର, କିଶୋର ଦାସ, M ଲକ୍ଷ୍ମଣ ରାଓ ଉପସ୍ଥିତ ରହି ହାତ ଧୋଇବା ଶୈଳୀ ପ୍ରଦର୍ଶନ କରିଥିଲେ। କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଲକ୍ଷ୍ମଣ ପାଇକ, ସୁଲତା ଶୁଭଦର୍ଶନୀ ମିଶ୍ର, ପ୍ରମୋଦ କୁମାର ପାଢୀ ପ୍ରମୁଖ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version