Site icon Awaj Media

ସୁକିନ୍ଦା ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିତ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବିଜେଡି ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । ଏହି ଅବସରରେ ସୁକିନ୍ଦା ବିଜୁ ଜନତା ଦଳ ତରଫରୁ ହରିପୁର ପଞ୍ଚାୟତରେ ନୂତନ କରି ଗଢି ଉଠିଥିବା ପାର୍କରେ ବୃକ୍ଷ ରୋପଣ କରାଯାଇଛି । ଏହାସହ ବିଜୁ ଜନତା ଦଳ ତରଫରୁ ହରିପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କୁ ମହାମାରୀ କରୋନା ବିଷୟରେ ସଚେତନତା କରେଇବା ସହିତ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମାବତୀ ଜେନା, ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଯୁବ ସଭାପତି ସୁଜିତ ରାଉତଙ୍କ ସମେତ ବହୁ ପୁରୁଖା ବିଜେଡି କର୍ମୀଙ୍କ ସମେତ ବିଜୁ ଯୁବ ବାହିନୀର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Exit mobile version