Site icon Awaj Media

ମା’ ନାରାୟଣୀ କାଳୀପୂଜା କମିଟିର ପ୍ରସ୍ତୁତି ବୈଠକ !

Spread the love

କଟକ ( ଆୱାଜ ମିଡ଼ିଆ ) -ଦିଲ୍ଲୀପ ପତି : କଟକ ସଦର ବ୍ଲକ ୪୨ ମୌଜା ଉପକଣ୍ଠ କୂଳସରିଚୁଆଁ ପଂଚାୟତ ବରାଳ ଗ୍ରାମର ମା’ ନାରାୟଣୀ କାଳୀପୂଜା କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି . ମା’ ବୁଢ଼ୀନାରାୟଣୀ ପୀଠରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ କରୋନା କଟକଣା ପାଳନ ପୂର୍ବକ କାଳୀପୂଜା କରିବାକୁ ସ୍ଥିର କରାଯାଇଛି ! କମିଟିର ସଭାପତି ପୁରୋଧା ଜଗଦୀଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଯୁବ ସମାଜସେବୀ ଲଷ୍ମୀଧର ବେଉରା, କୋଷାଧ୍ୟକ୍ଷ ଡାକ୍ତର ସୁବାଷ ଚନ୍ଦ୍ର ସାହୁ, ଉପଦେଷ୍ଟା ମଣ୍ଡଳୀର ସମାଜସେବୀ ସୁରେନ୍ଦ୍ର ନାଥ ବେହେରା, ଆନନ୍ଦ ଚନ୍ଦ୍ର ବେଉରା, ମା’ନାରାୟଣୀ ବଜାର କମିଟିର ସଭାପତି ରମେଶ ଚନ୍ଦ୍ର ବେଉରା, ଭାସ୍କର ବେଉରା, କଣ୍ଠଶିଳ୍ପୀ ସନାତନ ବେଉରା, ନାଟ୍ୟକାର ସୁଧାଂଶୁ ଶେଖର ବେଉରା, ସନାତନ ରାଉଳ, ବସନ୍ତ କୁମାର ବେଉରା, ପୀତବାସ ଶତପଥୀ, ପ୍ରଭାତ ଶତପଥୀ, ଆଦର୍ଶ କୃଷକ ଡ଼ମ୍ବରୁଧର ଜେନା, ଭଗବାନ ପରିଡା, ଶୁଭେନ୍ଦୁ ଜେନା, ଗୋପାଳ ବେଉରା ପ୍ରମୁଖ ଉପସ୍ଥିତ ରହି ସମୂହ ଆଲୋଚନା କରିଥିଲେ ! କମିଟି ପକ୍ଷରୁ ଅକ୍ଟୋବର ଶେଷ ସପ୍ତାହରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି ! ସୂଚନାଯୋଗ୍ୟ, ଏହି ପୁରାତନ ଅନୁଷ୍ଠାନ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ କାଳୀପୂଜା ଅବସରରେ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରିଥାଏ !

Exit mobile version