Site icon Awaj Media

ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାମାରୀ କରୋନା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ନେଇ କଳିଙ୍ଗନଗର ବିକାଶ ମଞ୍ଚ, ଦାନଗଦୀ ପକ୍ଷରୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଜୟଦେବ ନନ୍ଦ, ବିଡ଼ିଓ ବିଶ୍ୱଜିତ ଦାସ, ତହସିଲଦାର ବୁଲବୁଲ ବେହେରା, ଆଇଆଇସି ଶିବ ଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ 34ଜଣ ଅନ୍ତେବାସୀ ରୋଗୀ ଓ ମା ଘରର 6ଜଣ ମହିଳାଙ୍କୁ କରୋନା ନିୟମ ମାନି ଚଳିବl, ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ l ଏହାସହ ସମସ୍ତଙ୍କୁ ମାସ୍କ, ସାନିଟାଇଜର, ସାବୁନ, ଫଳ ବିସ୍କୁଟ ପାଉଁରୁଟି ଆଦି ମଞ୍ଚ ପକ୍ଷରୁ ବଣ୍ଟନ କରାଯାଇଥିଲା l ମଞ୍ଚର ଏଭଳି ପ୍ରୟାସକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ l ମଞ୍ଚର ସଭାପତି ଆଡ଼ଭୋକେଟ ସୁବାଷ ଚନ୍ଦ୍ର ବଳସାମନ୍ତ, ସାଧାରଣ ସମ୍ପାଦକ ଅକ୍ଷୟ ଧଳ, ଉପ ସଭାପତି ଇତିଶ୍ରୀ ସାମଲ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିଜ ଜୟ ନାରାୟଣ ମହାପାତ୍ର, କୋଷାଧକ୍ଷ ସ୍ମୃତି ରଞ୍ଜନ ବିଶ୍ୱାଳ, ସଦସ୍ୟ ତଥା ସମାଜସେବୀ ସ୍ଵର୍ଣ୍ଣଲତା ବାନରl, ଅଞ୍ଜନ ପ୍ରଧାନଓ ଠାକୁରା ମହାନ୍ତ, ଚନ୍ଦ୍ରକାନ୍ତ ନାୟକ ଜଗବନ୍ଧୁ ବେଜ, ପ୍ରଦୀପ ନାୟକ, ଦେବେନ୍ଦ୍ର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

Exit mobile version