Site icon Awaj Media

ବୃଦ୍ଧଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବୃଦ୍ଧଙ୍କ ପାଇଁ ସାତ ସପନ ସରକାରୀ ଯୋଜନା । ଗରିବ ଲୋକଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ସତ କିନ୍ତୁ ଏହି ସବୁ ଯୋଜନାରୁ ପ୍ରକୃତ ହିତାଧିକାରୀ ମାନେ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନବଘନପୁର ପଞ୍ଚାୟତ ପିଆଶାଳିଆ ଗ୍ରାମରେ । ଗାଁର ସତୁରୀ ରୁ ଅଧିକ ବୟସ୍କ ବାଟି ମାଝୀ । ଦୁଇ ବର୍ଷ ତଳେ ପୋଖରୀ ରେ ବୁଡିଯାଇ ତାଙ୍କର ଏକମାତ୍ର ପୁଅ ମୃତ୍ୟୁ ବରଣ କରିଛି । ବିଧବା ବୋହୁ , ନାତୀ, ନାତୁଣୀ ଏବଂ ବୃଦ୍ଧା ପତ୍ନୀ ଙ୍କୁ ନେଇ ବାଟି ମାଝୀଙ୍କ ପରିବାର । ରୋଜଗାର କରି ପରିବାର ଚଳେଇବାକୁ କେହି ନାହାନ୍ତି । ଗାଁରୁ ଯାହା ମାଗିଯାଚି ଆଣନ୍ତି ସେଥିରେ ପରିବାର ଚଳେ । ଯେଉଁ ଦିନ କିଛି ନମିଳେ ସେଦିନବାଟି ମାଝୀଙ୍କ ପରିବାରକୁ ଉପାସ ରହିବାକୁ ପଡିଥାଏ । ଅର୍ଥ ଅଭାବରୁ ମୁଣ୍ଡ ଗୁଞ୍ଜିବାକୁ ଥିବା ଚାଳ ଘର ଖଣ୍ଡିକର ମଧ୍ୟ ଛପର ଉଡିଗଲାଣି । ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ଜିଲ୍ଲାପାଳଙ୍କ ଅଫିସ କୁ ଦୈାଡି ଦୈାଡି ନୟାନ୍ତ ହେଲେଣି ବାଟି ମାଝୀ । ହେଲେ ଏଯାଏ କୈାଣସି ସୁଫଳ ମିଳିପାରିନାହିଁ । ଏମିତିକି ତାଙ୍କ ବୋହୁ ମଧ୍ୟ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୈାଡୁଥିଲେ ମଧ୍ୟ ବିଧବା ଭତାଟିଏ ହୋଇପାରୁନାହିଁ । ତେବେ ଅସହାୟ ବାଟି ମାଝୀଙ୍କୁ ସହଯୋଗର ହାତ ବଢାଇଛନ୍ତି ଏସଆରକେ ସଙ୍ଗଠନର ସମ୍ପାଦକ ଶିବ ଶଙ୍କର ମହାନ୍ତି । ଯଦି ଆଗାମୀ ଏକ ମାସ ମଧ୍ୟରେ ବାଟି ମାଝୀଙ୍କୁ ସରକାର କୈାଣସି ସହାୟତା ଯୋଗାଇ ନଦିଅନ୍ତି ତେବେ ସଙ୍ଗଠନ ପକ୍ଷରୁ ସଭ୍ୟମାନେ ମିଶି ବାଟି ମାଝୀଙ୍କ ପରିବାର ପାଇଁ ଏକ ଘର ନିର୍ମାଣ କରି ସହାୟତା କରିବେ ବୋଲି ପ୍ରକାଶ କରିଛନ୍ତି ଶିବ ଶଙ୍କର ମହାନ୍ତି ।

Exit mobile version