Site icon Awaj Media

ସୁକିନ୍ଦା ବିଧାୟକଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବିଧାୟକଙ୍କ ଆରୋଗ୍ୟ କାମନା କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସ୍ଥାନୀୟ ମନ୍ଦିର ମାନଙ୍କରେ ବିଧାୟକଙ୍କ ସମର୍ଥକ ମାନେ ଦୀପ ଦାନ କରୁଥିବାର ଦେଖିବାକୁ ମିଳିଥିବା ବେଳେ କଳିଙ୍ଗନଗର ସ୍ଥିତ ଡୁବୁରୀ ପଞ୍ଚାୟତର କପିଳେଶ୍ୱର ଶିବ ମନ୍ଦିରରେ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରୁଦ୍ରଭିଷେକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଯୁବନେତା ରଞ୍ଜନ ନାୟକ ରୁଦ୍ରଅଭିଷେକରେ କର୍ତ୍ତା ଭାବେ ବସିଥିବାବେଳେ ଏହି ପୂଜାରେ ସୁକିନ୍ଦା ବ୍ଲକ ଚେୟାରମ୍ୟାନ ପଦ୍ମାବତୀ ଜେନା ,ବ୍ଲକ ଉପଧାକ୍ଷ ଦିବ୍ୟରଞ୍ଜନ ବରାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିବେକାନନ୍ଦ ବୋଷ , ଜିଲ୍ଲାପରିଷଦ ସ୍ୱର୍ଣ୍ଣପ୍ରଭା ମଲ୍ଲିକ , ପୂର୍ବତନ ଚେୟାରମ୍ୟାନ ଭଗବତୀ ମହାନ୍ତ , ନିର୍ବାଚନ ମଣ୍ଡଳୀର ମହିଳା ସଭାନେତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ, ରାଜ୍ୟ ସାଧାରଣ ସମ୍ପାଦକ ଦେବୀପ୍ରସାଦ ମହାନ୍ତି, କାଳିଆପାଣି ଶ୍ରମିକ ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର , ବିଜେଡିର ଜିଲ୍ଲା ଉପସଭାପତି ନରେନ୍ଦ୍ର ନାୟକ, ବ୍ଲକ ଯୁବ ସଭାପତି ସୁଜିତ ରାଉତ , ବ୍ଲକ ସାଧାରଣ ସମ୍ପାଦକ ଜୟନ୍ତ ରାଉତ, ହରିପୁର ସରପଞ୍ଚ ଅଲେଖ ରାଉତ , ଯୁବ ନେତା ସଂଗ୍ରାମ ଦେଓ, ବିଶ୍ୱଜିତ ପାତ୍ରଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଏହି ରୁଦ୍ରଅଭିଷେକ ସମାପନ ହୋଇଥିବା ଦେଖିବାକୁ ମିଳିଛି ।

Exit mobile version