Site icon Awaj Media

ଭାପୁର ବ୍ଲକ କୃଷି ବିଭାଗ ପକ୍ଷରୁ ବଳରାମ ଯୋଜନାର ଦୁଇଦିନିଆ ଶିବିର !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କୃଷି ବିଭାଗ ପକ୍ଷରୁ ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ବଳରାମ ଯୋଜନାର ଦୁଇ ଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଭାପୁର ବିଡ଼ିଓ ସତ୍ୟଶୁନ୍ଦର ରାଉତ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ଯୋଗଦେଇଥିଲେ । ବଳରାମ ଯୋଜନାରେ ଭୂମିହୀନ କୃଷିଜୀବୀ ମାନଙ୍କୁ ଋଣ ଦ୍ବାରା ସମ୍ବଳ ବୃଦ୍ଧି ଆବଶ୍ୟକ ବିଷୟରେ ତାଲିମ ଦିଆଯାଇଥିଲା । ବଳରାମ ତାଲିମ ଶିବିରକୁ ଭାରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ରାଜଶ୍ରୀ ସାହୁ, ପ୍ରଦିପ୍ତ କୁମାର ପଟ୍ଟନାୟକ, ବୈଷୟିକ ପରିଚାଳକ ପ୍ରତି ମୋହନ ଜୁଝାର ସିଂ, ବିପିନ୍ ବିହାରୀ ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ଦାସ, ଗ୍ରାମ କୃଷି କର୍ମଚାରୀ ସଦାଶିବ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ । ଏହି ଶିବିରରେ କୋଡିଏଟି ପଞ୍ଚାୟତର କୃଷକ ସାଥୀ ମାନେ ଯୋଗଦେଇଥିଲେ ।

Exit mobile version