Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ସମ୍ବର୍ଦ୍ଧନା ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ବିରିବାଟୀ ମା’ ତାରିଣୀ ମନ୍ଦିର ନିକଟରେ ଜଗତସିଂହପୁର ଜିଲ୍ଲା ଉପନିର୍ବାଚନ ପାଇଁ ପ୍ରଚାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଭୁବନେଶ୍ୱର ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି . ପରିଷଦର କାର୍ଯ୍ୟକର୍ତା ପ୍ରକାଶ ମିଶ୍ର, ନିରଂଜନ ରାଉଳ, ସନ୍ତୋଷ ଭୋଇ, ସଂଜୟ ସେଠୀ, ସଂଜୟ ସାହୁ, ଶରତ ଦାଶ, ବିଜୟ ସ୍ୱାଇଁ, ସୁଦର୍ଶନ ଜେନା, ସ୍ମୃତିରଞ୍ଜନ ଦାଶ, ଅଶୋକ କୁମାର ସାହୁ, ଦିଲ୍ଲୀପ ସାହୁ, ସଂଜୟ ସିଂହ, କବିଭୂଷଣ ଆଚାର୍ଯ୍ୟ, ପ୍ରଣୟ ସ୍ୱାଇଁ, ସୁମନ ଜେନା, ଅମିତ ବେହେରା, ରବିନାରାୟଣ ସାହୁ, ସୁରେଶ ଜେନା, ପ୍ରଶାନ୍ତ ରାଉତ, ସରୋଜ ଜେନା, ପ୍ରଶାନ୍ତ ପରିଡା, ମନୋଜ ଜେନା, ଜଗବନ୍ଧୁ ନାୟକ, ଲଷ୍ମୀଧର ଜେନା, ବିଶ୍ୱରଂଜନ ସେଠୀ, ରବୀନ୍ଦ୍ର ପାତ୍ର, ଗଜେନ୍ଦ୍ର ବେହେରା, ସାମ୍ବାଦିକ ଚକ୍ରବର୍ତ୍ତୀ ଓତ୍ତା, କୃଷକ ନେତା ଦେବୀ ପ୍ରସାଦ ପତି ପ୍ରମୁଖ ଭେଟି ତାଙ୍କ କର୍ମଧାରାର ଉଚ୍ଚ ପ୍ରସଂଶା କରିବା ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ! ଜଗତସିଂହପୁରର ତିର୍ତୋଲ ଏବଂ ବାଲେଶ୍ଵର ଜିଲ୍ଲା ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ବିଜୟୀ ହେବାକୁ ପରିଷଦ ପକ୍ଷରୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଆଶା ବାନ୍ଧିଛନ୍ତି । ଜଗତସିଂହପୁର ଉପ ନିର୍ବାଚନରେ ବିଜେପି ସପକ୍ଷରେ ପ୍ରଚାର ପ୍ରସାର ଦିଗରେ “ଉତ୍କକ ବିକାଶ ପରିଷଦ” ଶୁଭମଙ୍ଗ ଧରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି !

Exit mobile version