Site icon Awaj Media

ବଡ଼ପଦା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୂଆଗୁଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ଗ୍ରାମର ପଞ୍ଚାୟତ ଗୃହ ଠାରେ NOVEL COVID-19 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ୱାଡ଼ସଭ୍ୟ ମାନୁଏଲ ଚ୍ଛିଞ୍ଚାଣି ଓ ସମ୍ମାନୀତ ଅତିଥି ରୂପେ ସଞ୍ଜିବ ବେବର୍ତ୍ତା ଏବଂ ଶିବ ଶକ୍ତି ଯୁବକ ସଂଘର ସମସ୍ତ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କରୋନା ଠାରୁ ରକ୍ଷା ପାଇବାପାଇଁ ସର୍ବଦା ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ସାବୁନ ବା ହ୍ୟାଣ୍ଡ ସାନିଟାଇଜାରରେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯିବା ସହ ଗ୍ରାମର ଲୋକଙ୍କୁ କରୋନା ସଚେତନତାର ବାର୍ତା ସମ୍ପର୍କରେ ଅବଗତ କରାଯାଇଥିଲା । ସେହିପରି ମୋହନା ବ୍ଲକର ଗୋବିନ୍ଦପୁର ଗ୍ରାମର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୫ତମ ଜନ୍ମ ବାର୍ଷିକୀ ଅବସରରେ ସ୍ଥାନୀୟ ନେତାଜୀ ୟୁଥ କ୍ଲବ ଦ୍ଵାରା “ରାଷ୍ଟ୍ରିୟ ଏକତା ଦିବସ” ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଲାବନ୍ୟ ମଲ୍ଲିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟ୍ଟନାୟକ, ଏବଂ ସମ୍ମାନିତ ଅତିଥି ରୂପେ ସ୍କୁଲ ଶିକ୍ଷକ ଦୁର୍ଗାମାଧବ ମହାରଣା, ପ୍ରଶାନ୍ତ ପଟ୍ଟନାୟକ, ମ.ମହେଶ୍ଵର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭାରତ ସ୍ୱାଧୀନ ପରେ କିଭଳି ୫୬୫ ରିୟାସତି ରାଜ୍ୟର ରାଜାମାନଙ୍କୁ ଏକ ଭାରତରେ ବିଲୟ କରିବା ଏବଂ ଭାରତକୁ ଜାତି, ଧର୍ମ,ବର୍ଣ୍ଣ ଓ ହିଂସା ଭୁଲି ଏକ ଭାରତୀୟ ରାଷ୍ଟ୍ର ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା । ନୂଆଗଡ଼ ବ୍ଲକର ସ୍ଵୟଂ ସେବକ ସୁଧାଂଶୁ ରଞ୍ଜନ ପାଣି, କରୁଣାକର ବେହର୍ଦ୍ଦଳାଇ ଏବଂ ମୋହନା ବ୍ଲକର ଜାତୀୟ ସ୍ଵୟଂ ସେବିକା ପ୍ରିୟମ୍ବଦା ପଟ୍ଟନାୟକ ଏବଂ କୁନି ଗୈାଡ଼ ଏହି ଦୁଇଟି ବ୍ଲକର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version