Site icon Awaj Media

ବାଙ୍କୀ ତୁଳସୀପୁରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର କାର୍ତିକ ମାସକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିରରେ କିଛି ସ୍ୱେଛାସେବୀ ମାନେ ମିଳିତ ଭାବେ ସ୍ବଛ ଭାରତ କାର୍ଯ୍ୟକ୍ରମ କରିବା ସହିତ ପରିବେଶକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିଥିଲେ । ପରେ ମନ୍ଦିର ପାର୍ଶ୍ବରେ ଥିବା ପୋଖରୀକୁ ମଧ୍ୟ ସଫା କରାଯାଇ ସାନିଟାଇଜ କରାଯାଇଥିଲା । କାର୍ଯ୍ୟକ୍ରମକୁ. ସମାଜସେବୀ ପ୍ରଭାତ କୁମାର ସାହୁ, ବଳରାମ ପାଇକରାୟ, ଶୁଭ୍ରାଂଶୁ କୁମାର ରାଉତ, ସାମ୍ବାଦିକ ଶୁଭେନ୍ଦୁ ମହାପାତ୍ର, ସମାଜସେବୀ ମନୋଜ କୁମାର ସାହୁ, ଭ୍ରମରବର ମହାପାତ୍ର, ସତ୍ୟବ୍ରତ ରାଉତ, ଅଇଁଠ ଦାସ, ସୁଦର୍ଶନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଭକ୍ତ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ତୁଳସୀପୁର ଗ୍ରାମବାସୀ ମାନେ ପ୍ରଶଂସା କରିବା ସହିତ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version