Site icon Awaj Media

ଦକ୍ଷିଣାଞ୍ଚଳ ମହାମଣ୍ଡଳ ସଂପାଦକ ଭାବେ ନିର୍ବାଚିତ ହେଲେ ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସଭାପତି ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦକ୍ଷିଣାଞ୍ଚଳ ମହାମଣ୍ଡଳର ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର (ଭୁବନେଶ୍ୱର) 2020- 2021 ଆର୍ଥିକ ବର୍ଷ ପାଇଁ ଭର୍ଚୁଏଲ ମିଟିଙ୍ଗ ଜରୀଆରେ କର୍ମକର୍ତ୍ତା ଚୟନ କରାଯାଇଥିଲା । ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସଭାପତି ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଙ୍କୁ ଉକ୍ତ ନିର୍ବାଚନରେ ଦକ୍ଷିଣାଞ୍ଚଳ ମହାମଣ୍ଡଳର ସଂପାଦକ ରୂପେ ନିର୍ବାଚିତ କରାଯାଇଛି । ଦକ୍ଷିଣାଞ୍ଚଳ ଶାଖା ଓ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସଙ୍ଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି ଗଜପତି ଜିଲ୍ଲା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ନୂତନ ସଭାପତି ଭାବେ ଇଂଜିନିୟର କେ.ନଗେଶ୍ୱର ସେନାପତି ଦାୟିତ୍ୱ ଗ୍ରହଣ କରିଥିବାର ଜଣାପଡିଛି । ଗଜପତି ଜିଲ୍ଲାର ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର ସମସ୍ତ ଜୁନିୟର ଇଂଜିନିୟର ଓ ସହକାରୀ ଯନ୍ତ୍ରୀ ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କୁ ଦକ୍ଷିଣାଞ୍ଚଳ ମହାମଣ୍ଡଳ ସଂପାଦକ ହୋଇ ଥିବାରୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Exit mobile version