Site icon Awaj Media

୪୨ ମୌଜ଼ାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ ୪୨ ମୌଜ଼ା ଉପକଣ୍ଠ କଳପଡାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି . ବଜାରରେ ଥିବା ଶ୍ରୀମା ମେଡ଼ିସିନ ଷ୍ଟୋର ପରିସରରେ ଚଳିତ ମାସ ନଭେମ୍ବର ୧୫’ ତାରିଖ ରବିବାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଥିବା ସମ୍ପର୍କରେ ମେଡ଼ିସିନ ଷ୍ଟୋରର ମୁଖ୍ୟ ନିର୍ଦେଶକ ସୁନିଲ କୁମାର ମୁଦୁଲି ପ୍ରସ୍ତୁତି ବୈଠକରେ ଜଣାଇଛନ୍ତି ! ଏହି ପ୍ରସ୍ତୁତି ବୈଠକରେ ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି, ସ୍ମୃତିରଞ୍ଜନ ରଂଜନ ବାରିକ, ବିକାଶ ଦାସ, କମଳଲୋଚନ ବେହେରା, ଯଶବନ୍ତ ନାୟକ, ଅଭୟ ନାୟକ, ଅକ୍ଷୟ ବେହେରା, ବଳରାମ ସାହୁ ପ୍ରମୁଖ ଉପସ୍ଥିତ ରହି କରୋନା କଟକଣା ପାଳନ ପୂର୍ଵକ ଶିବିର ଆୟୋଜନ ହେବାକୁ ସ୍ଥିର କରିଛନ୍ତି ! ଏହି ମହତ କର୍ମରେ ସହଯୋଗ କରିବାକୁ ମୁଖ୍ୟ ନିର୍ଦେଶକ ସୁନିଲ କୁମାର ମୁଦୁଲି ସାଧାରଣରେ ନିବେଦନ କରିଛନ୍ତି !

Exit mobile version