Site icon Awaj Media

ପରମାନନ୍ଦଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇଛି ଲାଇଫ ଲାଇନ ଫାଉଣ୍ଡେସନ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଆଜିର ସମାଜରେ ଏମିତି କିଛି କୃତୀ ଛାତ୍ରଛାତ୍ରୀ ଅଛନ୍ତି ଅର୍ଥାଭାବରୁ ଯେଉଁମାନଙ୍କର ସ୍ୱପ୍ନ ଅଧୁରା ହୋଇ ରହିଯାଇଛି । ଆଉ କେହି କେହି ଅନେକ ଦୁଃଖ ଯାତନାରେ ରହି ମଧ୍ୟ ସବୁ କଷ୍ଟକୁ ଭ୍ରୁକ୍ଷେପ ନକରି ନିଜ ସ୍ୱପ୍ନକୁ ସାକାର କରି ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଛନ୍ତି ।ଏମିତି ଜଣେ କୃତୀ ଛାତ୍ର ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମର ପରମାନନ୍ଦ ବେହେରା । ଆଏ ପରୀକ୍ଷାରେ ସଫଳତାର ସହ ସାରା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପାସ କରିଥିଲେ । ହେଲେ ଅଧିକ ପାଠ ପଢିବା ପାଇଁ , ନା ଥିଲା ସମ୍ବଳ – ନା ମିଳିଥିଲା ସରକାରୀ ପ୍ରୋଛାହନ । ପିଲାଟି ଦିନରୁ ପିତାଙ୍କ ସହ ମୂଲପାତି ଲାଗି ଗୁଜୁରାଣ ଚଳାଇବା ସହ ସମୟ ମିଳିଲେ ଟିକେ କୁଡ଼ିଆ ଘରେ ବସି ଦି’ଅକ୍ଷର ପାଠ ପଢନ୍ତି ପରମାନନ୍ଦ । ସଫଳତାର ସହ ଯୁକ୍ତ ଦୁଇ ପାସ କରିବା ପରେ ପାଠରେ ଡୋରି ବନ୍ଧା ହେବାକୁ ବସିଥିଲା । ଠିକ ଏହି ସମୟରେ my life line foundation ସାହାଯ୍ୟ ସହଯୋଗର ହାତ ବଢ଼ାଇଛି । ପିଲାଟିକୁ ଅଧିକ ପଢ଼ାଇବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶୃତି ରଖିଛି । ଏଥିପାଇଁ ରେଭେନ୍ସା ମହାବିଦ୍ୟାଳୟରେ ତିନିବର୍ଷ ପାଇଁ ଯୁକ୍ତ ତିନି ପାଠ ପଢାଇବା ସହ ପିଲାଟିର ସମସ୍ତ ଦାୟିତ୍ୱ ବହନ କରିବା ପାଇଁ ପ୍ରତିଶ୍ରୁତି ରଖିଛି ମାଇଁ ଲାଇଫ ଲାଇନ ଫାଉଣ୍ଡେସନ । ଏଥିରେ ପରିବାର ଓ ପରମାନନ୍ଦ ଅନେକ ଖୁସି ଜାହିର କରିଛନ୍ତି ।

Exit mobile version