Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ ଓ ବିଭିନ୍ନ ସେଵାକାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ବୈଠକ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ଉପକଣ୍ଠ ଆୟତପୁର ପଂଚାୟତର ଆୟତପୁର ବଜାର ପରିସରରେ ସଫେଇ କାର୍ଯ୍ୟକ୍ରମ, ଚାରାରୋପଣ ଏବଂ ପରିଷଦ ପକ୍ଷରୁ ଅଗାମୀ ସେଵା କାର୍ଯ୍ୟକ୍ରମ ନିମନ୍ତେ ମହାପ୍ରଭୁ ନାଗେଶ୍ୱରନାଥ ମନ୍ଦିର ପ୍ରାଙ୍ଗଣରେ କାର୍ଯ୍ୟକାରିଣୀ ପ୍ରସ୍ତୁତି ବୈଠକ କରାଯାଇଛି ! ଏହି ମହତ ସେଵାକାର୍ଯ୍ୟରେ ପରିଷଦ ପକ୍ଷରୁ ବହୁ ସଦସ୍ୟ ଉପସ୍ଥିତ ରହି ସମସ୍ତ ସେଵା କାର୍ଯ୍ୟକ୍ରମ, ଆଲୋଚନାଚକ୍ରକୁ ସାଫଲ୍ୟମଣ୍ଡିତ କରିଛନ୍ତି ! ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କର୍ମକର୍ତ୍ତା ମାନଙ୍କର ଏହି ସେବା ମନୋଭାବକୁ ସ୍ୱାଗତ କରିବାସହ ପରିଷଦର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ସମସ୍ତ ଶାଖା ମାନଙ୍କରେ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି !

Exit mobile version