Site icon Awaj Media

ମା’ଚର୍ଚ୍ଚିକାଙ୍କ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର ଅମାବାସ୍ୟା ତିଥିରେ ଶକ୍ତିପୀଠ ଚର୍ଚ୍ଚିକା କ୍ଷେତ୍ରରେ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଯାଇଛି . ଆରାଧ୍ୟ ଦେବୀ ମା ଚର୍ଚ୍ଚିକା ଠାକୁରାଣୀଙ୍କର ପୂର୍ବ ଦ୍ୱାର ତଥା ବାଙ୍କୀ ରାଜା ସାହାବଙ୍କ ପ୍ରମୂଖ ପ୍ରବେଶ ଦ୍ୱାରରେ ଏକ ନୂତନ ସିଂହ ଓ ମନ୍ଦିର ପରିସର ମଧ୍ୟରେ ଥିବା ପାଞ୍ଚ ମହାଦେବଙ୍କ ବୃଷଭ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଗଡର ରାଜା ସାହାବ ଶ୍ରୀଯୁକ୍ତ ଦୁର୍ଗା ମାଧବ ଟିକାୟତଙ୍କ ଠାରୁ ରାଜଗୁରୁ ଭବାନି ଶଙ୍କର ମହାପାତ୍ର ଗୁଆ ଚାଉଳ ଆଣିବା ସହ ମହାନଦୀରୁ କଳସ ଯାତ୍ରା କାର୍ଯ୍ୟ କରିଥିଲେ। । ଏଥିରେ ମା ଚର୍ଚ୍ଚିକା ଯୁବକ ସଂଘର ସେବାୟତ ମାନେ ଅଶଂ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସୁଧିର କୁମାର ରଣା, ଅନନ୍ତ ରଣା, ଅଶୋକ କୁମାର ରଣା, ଚନ୍ଦ୍ରଶେଖର ମହାପାତ୍ର ,ଅଜିତ, ଅଜଣା, ବିଜୟ ରଣା, କାଳିଆ ବାବା, ବିଦ୍ୟାଧର ରଣା, ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବା ସହ ମନ୍ଦିରର ଟ୍ରଷ୍ଟି କାଳନ୍ଦି ଚରଣ ମହାପାତ୍ର, ସନ୍ତୋଷ କୁମାର ରଣା, ନିଳମଣି ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ରୁଷି କୁମାର ରଣା, ସୁଶାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ।

Exit mobile version