Site icon Awaj Media

ଗୋ-ସମ୍ବର୍ଦ୍ଧନା ସପ୍ତାହର ଜିଲ୍ଲା ସ୍ତରୀୟ ସମାପନ ସମାରୋହ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରାଣୀ ଚିକିତ୍ସା ଓ ପଶୁପାଳନ ବିଭାଗ ପକ୍ଷରୁ 69 ତମ ଗୋ-ସମ୍ବର୍ଦ୍ଧନା ସପ୍ତାହର ଜିଲ୍ଲାସ୍ତରୀୟ ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସମ୍ନାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ଶ୍ରୀନିବାସ ସାହୁ ଏହି କାର୍ଯ୍ୟକ୍ରମରେ ଗୋମାତାଙ୍କୁ ପୂଜାର୍ଚନା କରିଥିଲେ। ଏହାପରେ ଜିଲ୍ଲାପାଳ ଗୋ ମାତାଙ୍କୁ ପୁଷ୍ପମାଳ ଦେଇ ସବୁଜ ଘାସ ଓ ଦାନା ଖୁଆଇ ଥିଲେ । ପରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫେରେନ୍ସ ହଲଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ବ୍ଳକର ଚାଷୀ ଉପସ୍ଥିତ ଥିଲେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଚାଷୀ ମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ସମ୍ୟକ ସୂଚନା ଦେବା ସହ ଗୋ-ସମ୍ପଦ ବିକାଶ ଦ୍ଵାରା ଚାଷୀ ମାନଙ୍କର ଆର୍ଥିକ ବିକାଶ ହୋଇ ପାରିବ ବୋଲି ମତ ରଖିଥିଲେ . ସମସ୍ତ ଚାଷୀ ଗୋ ପାଳନ କଲେ ନିଜର ଜୀବନ ଜୀବିକା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରି ସାମାଜିକ ଅର୍ଥନୈତିକ ବୃଦ୍ଧି ହୋଇ ପାରିବ। ବିଭାଗ ପକ୍ଷରୁ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ରହିଛି ସେଠାରୁ ଚାଷୀ ଭାଇ ଭଉଣୀ ମାନେ କୁକୁଡ଼ା ଚିଆଁ କ୍ରୟ କରି କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ପରେ ଅନ ଲାଇନ ଟ୍ରେନିଙ୍ଗରେ ସହଭାଗିତା କରିଥିଲେ ସି.ଡ଼ି.ଭି.ଓ . ଆଜି ଜିଲ୍ଲାର ତିନୋଟି ସ୍ଥାନରେ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିବା ସମୟରେ କାଶୀ ନଗର, ଆର.ଉଦୟଗିରି ଓ ପାରଳାଖେମୁଣ୍ଡି ପଶୁ ଚିକିତ୍ସାଳୟ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ଏଡି.ଭି. ଓ ପ୍ରଶାନ୍ତ କୁମାର ସାମଲ, ଡ଼.ଅଭିଜିତ ମିଶ୍ର, ଡ଼.ଶୁଭ ବିକାଶ ମଲ୍ଲିକ ବିଭିଓ ଗୁମ୍ମା ତଥା ସି.ଡି ଭି.ଓ ଅଫିସ, ବ୍ଳକ ଭେଟନେରୀ ଅଫିସ, ରାୟଗଡ,ଗୁମ୍ମା ଓ ପାରଳାଖେମୁଣ୍ଡିର ସମସ୍ତ କର୍ମଚାରୀ ମାନଙ୍କର ସହଯୋଗରେ ଓ କୋଭିଡ଼ି- 19 ନିୟମ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version