Site icon Awaj Media

ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଅଚ୍ୟୁତାନନ୍ଦ ବସ୍ତିଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ସାଥି କର୍ମଚାରୀ . ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଦୀର୍ଘ 29 ବର୍ଷ ଗ୍ରନ୍ଥଗାର ରୂପେ କାର୍ଯ୍ୟରତ ଥିବା ଅଚ୍ୟୁତାନନ୍ଦ ବସ୍ତିଆ ଅବସର ଗ୍ରହଣ କରିବା ପରେ ତାଙ୍କୁ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଦାୟିତ୍ୱରେ ଥିବା ପ୍ରଭାକର ତ୍ରିପାଠୀ ପୁଷ୍ପଗୁଚ୍ଛ ଉପହାର ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ . କାର୍ଯ୍ୟାଳୟରେ କାର୍ଯ୍ୟରତ ଥାଇ ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିଲେ । ବିଭାଗରେ କାର୍ଯ୍ୟ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ରଖି ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରୁଥିଲେ . ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଅବସର ପ୍ରାପ୍ତ କର୍ମଚାରୀ ଅଚ୍ୟୁତାନନ୍ଦ ବସ୍ତିଆଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଓ ତାଙ୍କର ନିରବଚ୍ଛିନ୍ନ ସେବା ଓ ସହଯୋଗ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ସୁସମ୍ପର୍କ ଥିଲା ବୋଲି ପ୍ରକାଶ କରିଥିଲେ ।

Exit mobile version