Site icon Awaj Media

ଅବକାରୀ ଓ ପୋଲିସ ର ମିଳିତ ଚଡାଉ : ଚାରି ହଜାର ଲିଟର ମହୁଲ ପୋଚ କରାଗଲା ନଷ୍ଟ ।

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ନାଳଚୁଆ ଗ୍ରାମ ପାଖରେ ଥିବା ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ମହୁଲ ପୋଚ ଜବତ କରିଛି ଅବକାରୀ ବିଭାଗ । ଜଙ୍ଗଲ ମଧ୍ୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକାରୀ ଡ଼ମ୍ବରୁଧର ଖଣ୍ଡା ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ଉମାଶଙ୍କର ପ୍ରଧାନ, ଦିଲ୍ଲୀପ କୁମାର ରଥ ଜିଲ୍ଲା ମୋବାଇଲ ପାର୍ଟି ଜୟପାଟଣା ଓ ଏସ ଆଇ ସୁବାସ ଚନ୍ଦ୍ର ବାରିକ ଏବଂ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ମିଳିତ ଚଢ଼ାଉ କ୍ରମେ ମଦ ମାଫିଆ ମାନେ ଚମ୍ପଟ ମରିଥିବା ସମୟରେ ପ୍ରାୟ ଚାରି ହଜାର ଲିଟର ମହୁଲ ପୋଚ ଓ ଦୁଇଶହ ପଞ୍ଚସ୍ତରୀ ଲିଟର ହାତରନ୍ଧା ମଦ ଜବତ କରିବା ସହ ନଷ୍ଟ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଅଛି ।

Exit mobile version