Site icon Awaj Media

ନୟାଗଡ ବିକାଶର ଆଉ ଏକ ଧାର : ମେସିନ କରୁଛି କାମ , ଶ୍ରମିକ ବେରୋଜଗାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମହାମାରୀ କରୋନା ପାଇଁ ରାଜ୍ୟରେ ବହୁ ଲୋକ ରୋଜଗାର ହରାଇ ବସିଛନ୍ତି । ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଖୋଦ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମପଞ୍ଚାୟତରେ । ଦିନ ଦ୍ବିପହରରେ ଆଖିରେ ଆଙ୍ଗୁଳି ମାରି ହରିଲୁଟ ହେଉଛି ଲକ୍ଷ ଲକ୍ଷ ଟଙ୍କା । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଇଟାମାଟି ଏମ୍ଇ ସ୍କୁଲ୍ ଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଅଛି । ତେବେ କାର୍ଯ୍ୟରେ ଶ୍ରମିକମାନଙ୍କୁ ନକରି ନିୟମକୁ ଖୋଲାଖୋଲି ଉଲଂଘନ କରି ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି । ନୟାଗଡ଼ ଜିଲ୍ଲା ରେ ଲୋକମାନେ କାମ ନପାଇ ଭୋକ ଉପବାସରେ ରହୁଥିବା ବେଳେ ସେମାନଙ୍କ ପେଟକୁ ଲାତ ମାରି ମାଲାମାଲ ହେଉଛନ୍ତି ଠିକାଦାର ଓ ବିଭାଗୀୟ କର୍ମଚାରୀ । ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି କୁ ପ୍ରଶୟ ଦିଆଯିବ ନାହିଁ ବୋଲି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଡିଣ୍ଡିମ ପିଟୁଥିବା ବେଳେ ସଦର ମହକୁମା ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ସୁଶାସନର ଉଦାହରଣ ଦେଖିବାକୁ ମିଳୁଥିବା ସାଧାରଣରେ ଚର୍ଚ୍ଚା ହେଉଅଛି । ମେସିନ ଦ୍ୱାରା ନିର୍ମାଣ କାର୍ଯ୍ୟ ବନ୍ଦ କରି ଲୋକମାନଙ୍କ ଦ୍ୱାରା କାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି ଆଇନଜୀବି ତଥା କଂଗ୍ରେସ ନେତା ମନୋଜ କୁମାର ସାହୁ, ନଚେତ୍ କଂଗ୍ରେସ ଏହାର ଦୃଢ ପ୍ରତିବାଦ କରିବାସହ ଆଇନର ସହାୟତା ନେବ ବୋଲି ପ୍ରକାଶ କରିଛନ୍ତି ।

Exit mobile version