Site icon Awaj Media

ଜିଲ୍ଲା SGSY କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ର ପୁନଃଉଦ୍ଧାର : ଚାଷୀ ମାନଙ୍କୁ କୁକୁଡ଼ା ଚିଆଁ ବିକ୍ରୀର ଶୁଭାରମ୍ଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟ।ଳୟର କନଫରେନ୍ସ ହଲଠାରେ ଜିଲ୍ଲା SGSY କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରର ପୁନଃଉଦ୍ଧାର ଓ ଚାଷୀ ମାନଙ୍କୁ କୁକୁଡ଼ା ଚିଆଁ ବିକ୍ରୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁକୁଡ଼ା ପାଳନ ମାଧ୍ୟମରେ ଚାଷୀ ଭାଇ ଭଉଣୀମାନେ କିଭଳି ଆର୍ଥିକ ଅଗ୍ରସର ହୋଇ ପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାରେ ଏକମାତ୍ର ହ୍ୟାଚେରୀର ପୁନଃ ଉଦ୍ଧାର ପାଇଁ CDVO ଶ୍ରୀନିବାସ ସାହୁଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଲୋକ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ CDVO ଶ୍ରୀନିବାସ ସାହୁ ସରକାରଙ୍କର ବିଭିନ୍ନ ଉନ୍ନତି କରଣ ଯୋଜନା ସହିତ କୁକୁଡ଼ା ପାଳନ ମାଧ୍ୟମରେ କିଭଳି ଲୋକମାନଙ୍କର ଆର୍ଥିକ ବିକାଶ ହୋଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମରେ ADVO ଡ଼ଃ ଅରବିନ୍ଦ ବେହେରା ଯୋଗ ଦେଇ ଆର୍ଥିକ ଉନ୍ନତି ପାଇଁ କୁକୁଡ଼ା ପାଳନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡ଼ଃପ୍ରଶାନ୍ତ କୁମାର ସାମଲ ସଞ୍ଚାଳନ କରିଥିଲେ ।କାର୍ଯ୍ୟକ୍ରମରେ ଶୁଭ ବିକାଶ ମଲ୍ଲିକ, ଡ଼ଃ ଅଭିଜିତ ମିଶ୍ର, ଡ଼ଃ S କମେଶ୍ୱର ରେଡ୍ଡି ତଥା ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ ଚୌଧୁରୀ ଆଗ୍ରହୀ ଚାଷୀଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ । ଶେଷରେ ସମସ୍ତ ଚାଷୀ ଭାଇ ଭଉଣୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରାଯାଇ ଥିଲା ।

Exit mobile version