Site icon Awaj Media

ଏକାଠି ହେଲେ ବୋଲଗଡ ବ୍ଲକ କଳାକାର ସଂଘର କର୍ମକର୍ତ୍ତା ।

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କରୋନା ମହାମାରି ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ସମାଜର ସମସ୍ତ ବର୍ଗର ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି . କଳାକାରମାନେ ବି ଏହାର କୋପରୁ ବର୍ତ୍ତୀ ନାହିାଁନ୍ତି ସବୁକିଛି ଠପ୍ ହୋଇଯାଇଥିଲା ବେଳେ ସରକାରୀ କରୁଣା ଦୃଷ୍ଟି ରୁ କିନ୍ତୁ କଳାକାରମାନେ ବାଦ ପଡି ରହିଛନ୍ତି . ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା କଳାକାର ସଂଘ ତରଫରୁ ସ୍ଥାନୀୟ ବୋଲଗଡ ବକ୍ଲ ସ୍ଥିତ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ବ୍ଳକର କଳାକାର ମାନଙ୍କୁ ଏକାଠି କରି ପଞୀିକରଣ କାର୍ଯ୍ୟକ୍ରମରେ ଜିଲା ସଂଘର ସଭାପତି ଧୁବଚରଣ ମହାପାତ୍ର ମୁଖ୍ୟ ବକ୍ତାଭାବେ ଅଟଲ ଧର୍ମରାଜ ସମାନୀତ ଅତିଥି ଭାବେ ଜୋତିଶଙ୍କର ପଟନାୟକ ଯୋଗ ଦେଇଥିଲେ . କାର୍ଯ୍ୟକ୍ରମରେ କଳାକାରମାନେ ଏକ ହୋଇ ନିଜ ନିଜର ପରିଚୟ ସରକାରଙ୍କ ପାଖରେ ପହଞ୍ଚାଇବା ପ୍ରୟାସକୁ ଅତିଥିମାନେ ପ୍ରସଂଶା କରିବା ସହିତ ସମସ୍ତେ ଏକ ହୋଇ ସରକାରଙ୍କ ନିକଟରେ ଅନୁସାଙ୍ଗିକ ସୁବିଧା ହାସଲ ପାଇଁ ଏହାର ମୁଳଦୁଆ ପଡିଲା ବୋଲି ମୁଖ୍ୟ ବକ୍ତା ଅଟଲ ଧର୍ମରାଜ ଦୃଢୋକ୍ତି ପ୍ରକାଶ କରିଥିଲେ. କାର୍ଯ୍ୟକ୍ରମରେ 160 ଜଣ କଳାକାର ପଞୀିକୃତ ହୋଇଥିବା ବେଳେ ଆଗାମୀ ଦିନରେ ଲୁଚିରହିଥିବା କଳାକାରମାନଙ୍କୁ ଖୋଜି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଠା ଅବିନାଶ କୁମାର ସୁବୁଦ୍ଧି ଜଣାଇଛନ୍ତି l

Exit mobile version