Site icon Awaj Media

କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ଆଇନକୁ ନେଇ ଗର୍ଜିଲା ଏସୟୁସିଆଇ ଏବଂ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ କୃଷି ଆଇନକୁ ନେଇ ତେଜୁଛି ପ୍ରତିବାଦ । ଗତ କିଛିଦିନ ତଳେ ଦିଲ୍ଲୀରେ ଏହାକୁ ପ୍ରତିବାଦ କରିବାକୁ ଯାଇ ଯେଉଁଭଳି ଭାବରେ ହଜାର ହଜାର କୃଷକ ଦିଲ୍ଲୀ ପୁଲିସର ଜୁଲମର ଶିକାର ହୋଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ଦିଲ୍ଲୀ ସୀମାରେ ସେମାନଙ୍କ ଉପରେ ଲାଠିଚାର୍ଜ , ଲୁହାବୁହା ଗ୍ୟାସ ଏବଂ ଭୀଷଣ ଥଣ୍ଡା ପାଣି କ୍ୟାନନ ପ୍ରୟୋଗ କରାଯାଇଥିଲା । କେନ୍ଦ୍ର ସରକାରଙ୍କର ଏହି କୃଷି ବିରୋଧୀ ଏବଂ ଜନମାରଣ ନୀତିକୁ ବିରୋଧ କରି ଆଜି କଟକ କଲେଜଛକ ଠାରେ ଏସୟୁ ସି ଆଇ ଏବଂ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଏସ ୟୁ ସି ଆଇ ସମ୍ପାଦକ ବିଶ୍ୱାବସୁ ଦାସ , ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀଙ୍କ ସମେତ ଏସ ୟୁ ସି ଆଇ ଏବଂ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନର ଅନେକ କର୍ମକର୍ତ୍ତା ଯୋଗଦେଇ ଏହି କୃଷି ମାରଣ ନୀତିର ଦୃଢ଼ ନିନ୍ଦା କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର ଦାବୀ କରିଥିଲେ ।

Exit mobile version