Site icon Awaj Media

ପାରଳାଖେମୁଣ୍ଡି ବିଧାୟକଙ୍କ ବାସ ଭବନରେ ଉନ୍ମତ୍ତ କାଣ୍ଡ ଘଟାଇ ୩ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମାଉସୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଆନ୍ଧ୍ର ପ୍ରଦେଶର ପାଟପାଟଣାରୁ ପୋଲିସ ଗିରଫ କରିଛି । ଏ ନେଇ ପାରଳାଖେମୁଣ୍ଡି ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାମକୃଷ୍ଣ ପତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ସହରର ତେଲି ଶୁଣ୍ଢି ସାହିର ଏସ.କାନ୍ତ।ଆମ୍ମା, ଏସ.ତେଜା ରାଓ ଏବଂ ଅଙ୍କସାହିର ଜୀ.ରୋହିତ . ସେମାନଙ୍କ ନିକଟରୁ ଚୋରି ଓ ହତ୍ୟା ଉଦ୍ୟମ ନିମନ୍ତେ ବ୍ୟବହାର କରିଥିବା ଗାଡି ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି, ତିନୋଟି ମୋବାଇଲ ଫୋନ, ଶାଢ଼ୀ ଫଲସ ଓ ଘଟଣା ସ୍ଥଳରୁ ଜୋତା ପୋଲିସ ଜବତ କରିଥିଲା । ସୂଚନା ଅନୁସାରେ ପାରଳା ବିଧାୟକଙ୍କ ମାଉସୀ ପାରଳାଖେମୁଣ୍ଡି ଏରଦେଲା ସାହି ଘରେ ରୁହନ୍ତି । ନଭେମ୍ବର 25 ତାରିଖ ସନ୍ଧ୍ୟା 7 ଟା ସମୟରେ ଅଭିଯୁକ୍ତ ତେଲେଗୁ ଶୁଣ୍ଢି ସାହିର ଏସ.କାନ୍ତା ଆମ୍ମା , ତାଙ୍କ ପୁଅ ଏସ.ତେଜା ରାଓ ଓ ତାର ସାଙ୍ଗ ଅଙ୍କସାହିର ଜି.ରୋହିତ ତାଙ୍କ ଘରେ ପଶି ତାଙ୍କ ପାଟି ଓ ନାକକୁ ଏକ କପଡ଼ା ଗୁଡ଼ାଇ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ବିଧାୟକଙ୍କ ମାଉସୀ ପାଟି କରିବାରୁ ପଡୋଶୀ ଘରର ଲୋକମାନେ ଆସିଯିବାରୁ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ବାଇକରେ ଚାଲି ଯାଇଥିଲେ, ଗୁରୁତର ଆହତ ହୋଇ ତଳେ ପଡିଯାଇ ଥିବା ବିଧାୟକଙ୍କ ମାଉସୀଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଶ୍ରୀକାକୁଲମ ସ୍ଥିତ କିମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି । ଏ ନେଇ ବରିଷ୍ଠ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ ପାରଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ଅଭିଯୋଗକୁ ଭିତ୍ତି 298/ 2020 ଭାରତୀୟ ପିଙ୍ଗଳ କୋଡ଼ର 452,307 ଓ 34 ଦଫାରେ ମାମଲା ରୁଜୁ କରାଯାଇଥିଲା ଏବଂ ମାମଲାରେ ତଦନ୍ତ ଏସ ଆଇ ଅହଲ୍ୟା ମହାରଣା କରୁଥିଲେ ବୋଲି ଏସଡିପିଓ ରାମକୃଷ୍ଣ ପତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ପୋଲିସ 48 ଘଣ୍ଟାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Exit mobile version