Site icon Awaj Media

ଟ୍ୟାଙ୍କର ଧକାରେ ଜଣଙ୍କର ମୃତ୍ୟୁ : କ୍ଷତିପୂରଣ ଦାବିରେ ରସ୍ତାରୋକ ।

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି . ମୃତକଙ୍କ ଜଣକ ଖୋର୍ଦ୍ଧା ପିତାପଲି ଗ୍ରାମର ମଞ୍ଜୁର୍ ମହମ୍ମଦ । ସେ ତାଙ୍କ ସମ୍ପର୍କୀୟଙ୍କ ଘର ଶ୍ରାଦ୍ଧପୁର ଶରଧାପୁରରେ ରହୁଥିଲେ । ବାଘମାରି ମେଡ଼ିକାଲରୁ ଘରକୁ ଫେରୁଥିବା ବେଳେ ଏକ କିରୋସିନି ବୋଝେଇ ଟ୍ୟାଙ୍କର ତାଙ୍କ ଉପରେ ଚଢ଼ି ଯାଇଥିଲା, ଫଳରେ ଘଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା କାରଣରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ବାଘମାରି ପୋଲିସ୍ ଖବରପାଇ ତେଲଟ୍ୟାଙ୍କରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Exit mobile version