Site icon Awaj Media

ସମାଜସେବୀଙ୍କ ପିତୃ ବିୟୋଗରେ ଶୋକ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହର ଉପକଣ୍ଠ ୪୨ ମୌଜା ବରାଳ ଗ୍ରାମର ଯୁବ ସମାଜସେବୀ ପ୍ରଦୀପ ଲେଙ୍କାଙ୍କ ପିତା ପ୍ରମୋଦ ଲେଙ୍କା ପରଲୋକ ଗମନ କରିଛନ୍ତି . ତାଙ୍କ ବିୟୋଗରେ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ, ନେତାଜୀ ସୁବାଷ ସ୍ମୃତି ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ସରସ୍ୱତୀ କଳା ପରିଷଦ ପକ୍ଷରୁ ପ୍ରମୋଦ ଲେଙ୍କା ଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି ! ସୂଚନାଯୋଗ୍ୟ ସ୍ୱର୍ଗତ ଲେଙ୍କା ଜଣେ କର୍ମଜୀବୀ,ସାହି ମୁରବୀ ତଥା ଧର୍ମପରାୟଣ ବ୍ୟକ୍ତିଭାବେ ପରିଚିତ ଥିଲେ ତାଙ୍କ ସୁପୁତ୍ର ପ୍ରଦୀପ ମଧ୍ୟ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିସିଟି ସାମାଜିକ ସଂଗଠନ ଜରିଆରେ ସମାଜସେଵା, ରକ୍ତଦାନ ଆଦି ମହତକାର୍ଯ୍ୟ କରିଆସୁଛନ୍ତି ! ସ୍ୱର୍ଗତ ପ୍ରମୋଦ ଲେଙ୍କାଙ୍କ ବିୟୋଗରେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ, ସମାଜେସେବୀ ଅଜୟ କୁମାର ବେହେରା, ନାରିନେତ୍ରୀ ପ୍ରତିଭା ଶତପଥୀ, ନାଟ୍ୟକାର ଅଶୋକ ପଟ୍ଟନାୟକ, ସାହିତ୍ୟିକ ସୁରଜ ବେହେରା, ବିସିଟି ସମ୍ପାଦକ ପ୍ରିନ୍ସ ନନ୍ଦ, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, କୃଷକ ନେତା ଦେବୀ ପ୍ରସାଦ ପତି, ନାରାୟଣ ଭୋଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି !

Exit mobile version