ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗୀ ପଞ୍ଚାଯତ ଅଧିନସ୍ଥ ଘାସୀପୁଟ ଠାରେ ବହୂ ପ୍ରତିକ୍ଷିତ ଜାତୀୟ କୃଷି ବଜାରର ନୂତନଗୃହ ଓ ସାପ୍ତାହିକ ହାଟର ବିଧିବଦ୍ଧ ଉଦଘାଟନ ହୋଇଯାଇଛି. ଉଦଘାଟନୀ ସମାହରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଡମପଡା ବ୍ଲକ ଅଧକ୍ଷ ସୂଯ୍ୟନାରାୟ ପାତ୍ର ଙ୍କ ସମେତ ସ୍ଥାନୀୟ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ. ପରେ ପରେ ବାଙ୍କୀ ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ସ୍ଥାନୀୟ ଅଂଚଳ ର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ସୂଚନା ଥାଉକି ଏହି କୃଷି ବଜାରର ଖୋଲିବା ଦ୍ୱାରା ସ୍ଥାନୀୟ ଅଂଚଳର ବହୂ ଚାଷୀ ଉପକୃତ ହେବା ସହିତ ଏହି କୃଷି ବଜାରରୁ ବହୂ ସୁଲଭ ମୂଲ୍ୟରେ ଲୋକମାନେ ସତେଜ ପନିପରିବା ପାଇଁ ପାରିବେ. ତେବେ ଆଜିର ଏହି ବୈଠକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀ ଏହି ସାପ୍ତାହିକ ହାଟଟି ସପ୍ତାହରେ ଦୁଇଦିନ ବୁଧବାର ଓ ରବିବାର ଦିନ ହାଟ ବସିବା ପାଇଁ ଘୋଷଣା କରିଛନ୍ତି.
ଜାତୀୟ କୃଷି ବଜାରର ନୂତନଗୃହ ଓ ସାପ୍ତାହିକ ହାଟ ଉଦଘାଟିତ !!

