Site icon Awaj Media

ଶ୍ୟାମଳ ସୁବର୍ଣ୍ଣ ଦ୍ଵାରା ଆୟୋଜିତ ପ୍ରବନ୍ଧ ପ୍ରତିଭା “ଅନ୍ୱେଷଣ”ର ଫଳାଫଳ ଘୋଷିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ତ୍ରୟମାସିକ କୃଷିପତ୍ରିକା “ଶ୍ୟାମଳ ସୁବର୍ଣ୍ଣ” ତରଫରୁ ବିଶ୍ଵ ମୃତ୍ତିକା ଦିବସ ଅବସରରେ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ! “ମାଟି ପାଇଁ ପଦେ” ଶୀର୍ଷକ ଓଡ଼ିଆ ପ୍ରବନ୍ଧ ଏବଂ “Soil- The root of our sustenance” ଶୀର୍ଷକରେ ଇଂରାଜୀ ପ୍ରବନ୍ଧ ଅନ୍ୱେଷଣ ପ୍ରତିଯୋଗିତାରେ ବରେଣ୍ୟ ବିଚାରକ ଭାବେ ବାସୁଦେବପୁର ତହସିଲଦାର ଶ୍ରୀଯୁକ୍ତ ସୌମ୍ୟଶ୍ରୀ ପାଣିଗ୍ରାହୀ, ଓଡ଼ିଶା ଭାସ୍କର ଦୈନିକ ଖବର କାଗଜର ସହ-ସମ୍ପାଦିକା ରୂପାଲି ମହାପାତ୍ର, ଶ୍ୟାମଳସୁବର୍ଣ୍ଣ ପରାମର୍ଶଦାତା ଶ୍ରୀ ଭୁବନାନନ୍ଦ ଅଧିକାରୀ, ଫିଚର ମୁଖ୍ୟ ପ୍ରଜ୍ଞା ପରମିତା ଆଦି ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ପ୍ରବନ୍ଧ ବିଭାଗରେ ଓୟୁଏଟି ଭୁବନେଶ୍ଵରର ସ୍ନାତକ ଛାତ୍ରୀ କ୍ରିଷ୍ଣା ଲିଂଟାସ ବେହେରା ପ୍ରଥମ ହୋଇଥିବା ବେଳେ ସେଂଚୁରିଆନ ବିଶ୍ଵବିଦ୍ୟାଳୟର ଛାତ୍ରୀ କିରନପ୍ରଭା ଏବଂ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ସୁଶ୍ରୀ ଶୁଭଙ୍କରୀ ସେଠୀ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଇଂରାଜୀ ବିଭାଗରେ ଓୟୁଏଟି ଭୁବନେଶ୍ଵରର କୃଷି ଛାତ୍ରୀ ଅନନ୍ୟା ପଣ୍ଡା ପ୍ରଥମ, ଓୟୁଏଟିର ଇତିଶ୍ରୀ ଦାସ ଦ୍ଵିତୀୟ ଏବଂ ଓୟୁଏଟି ର ଛାତ୍ର ସ୍ଵୟଂ ସାଫଲ୍ୟ ସାହୁ ତୃତୀୟ ଭାବେ ବିବେଚିତ ହୋଇଛନ୍ତି ।
ଡିସେମ୍ବର ୫ ବିଶ୍ଵ ମୃତ୍ତିକା ଦିବସ ଅବସରରେ ସମସ୍ତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି ।

Exit mobile version