Site icon Awaj Media

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ମୁଣ୍ଡିଆପଡା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପାଟବଂନ୍ଧ ଓ କୃଷ୍ଣପୁରୁ ସଂଲଗ୍ନ ମୌଜାର ମଣ୍ଡନଗିରି ହେଉଛି ବହୁ ପ୍ରାଚୀନ ରଘୁନାଥଙ୍କ ର ବିଜେସ୍ତଳୀ, କାହିଁ କେଉଁ କାଳରୁ ରହିଆସିଛି ଏହି ମନ୍ଦିର । ପ୍ରକୃତି ରାଣୀ ସଜାଈ ଦେଇଛି ଏହି ମନୋରମ ପର୍ବତମାଳା, ଝରଣାର କୁଳୁକୁଳୁ ନାଦ, ଚଢେଇ ର କିଚିରିମିଚିରି ଶବ୍ଦ . ଶ୍ରଦ୍ଧାଳୁ ମାନଙ୍କର ମାନସିକ ପୂରଣ ହେବା ର ସଂପୁର୍ଣ ଆଶା ଓ ବିଶ୍ୱାସ ର ପ୍ରତୀକ ଏହି ପୀଠ । ଆଶ୍ଚର୍ଯ୍ୟର କଥା ହେଉଛି ପାହାଡ ଉପରେ ଥିବା ପୋଖରୀ ଯାହାକି ସମୁଦ୍ର ପତନ ଠାରୁ୧୨୩୦ଫୁଟ ଉଚ୍ଚରେ ଥାଇ ମଧ୍ୟ ସାରା ବର୍ଷ ଜଳ ପରିପୂର୍ଣ୍ଣ ହୋଇ ରହିଥାଏ, କଥିତ ଅଛି ବହୁବର୍ଷ ପୂର୍ବେ ବଜ୍ରପାତ ହେତୁ ଏହି ପୁଷ୍କରିଣୀ ଟି ସୃଷ୍ଟି ହୋଇଥିଲା । ସେଇଥିପାଇଁ ବାରମାସ ଯାକ ଶହଶହ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଯାଏ । ମନ୍ଦିରର ପୂର୍ବ ପାର୍ଶ୍ୱ ରେ ଠାକୁର ଙ୍କ ର ପାଦଚିହ୍ନ ବିଚାରସ୍ତଳି, କାସିଆକପିଳା ପାହାଡ, ଭିମ ଙ୍କର ଆଣ୍ଠୁ ଚିହ୍ନ ଓ ବାଘଗୁମ୍ଫା ଏଭଳି ବିଭିନ୍ନ କିମ୍ବଦନ୍ତୀ ଦେଖିବାକୁ ମିଳେ । ଆଧୁନିକ ଯୁଗରେ ସେଲ୍ଫି ନେବାପାଇଁ ବହୁବର୍ଗଙ୍କ ପେଣ୍ଠସ୍ଥଳୀ ପାଲଟିଛି ମୁଣ୍ଡିଆପଡାର ପ୍ରାକୃତିକ ପରିବେଶ । ଏହି ମଣ୍ଡନଗିରି ପର୍ବତମାଳା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ ବହୁ ସମସ୍ୟା ଦେଖିବାକୁ ମିଳିଛି ଏହି ସମସ୍ୟା ଗୁଡିକ ମଧ୍ୟରେ ଗମନା ଗମନ, ପାନୀୟ ଜଳ ,ବିଜୁଳୀ ମୁଖ୍ୟ ସମସ୍ୟା ରୁପରେ ରହିଛି । ଏହି ସମସ୍ୟା ଗୁଡିକପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ସୁମନ୍ତ ଛୋଟରାୟ, ଆଦିକନ୍ଦ ରାଉତରାୟ ଓ ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ରେ ଦାବି କରିଛନ୍ତି ।

Exit mobile version