Site icon Awaj Media

ଅଗ୍ନିକାଣ୍ଡ ବିପନ୍ନଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ପଞ୍ଚାୟତର କେସେଣ୍ଡl ଗ୍ରାମରେ କlଲି ମଧ୍ୟରାତ୍ର ରେ ନିଆଁ ଲାଗି ୭ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି . ଅଗ୍ନିକାଣ୍ଡ କ୍ଷୟକ୍ଷତି ସମ୍ପର୍କରେ ଖବର ପାଇ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ତୁରନ୍ତ ସକାଳୁ କେସେଣ୍ଡl ଗ୍ରାମରେ ପହଞ୍ଚି ବାସ ହରାଇ ଥିବା ଲୋକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ, କମ୍ବଳ, ପାଲ ଇତ୍ୟାଦି ପ୍ରଦାନ କରିଥିଲେ . ପ୍ରଶାସନ ତରଫରୁ ଖୁବ ଶୀଘ୍ର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଇ କ୍ଷତିଗ୍ରସ୍ତ ମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l

Exit mobile version