Site icon Awaj Media

ନଳକୂପରେ ପିଟିହେଲା ବାଇକ : ଜଣେ ମୃତ

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟାଲତା ପାଣିଗ୍ରାହୀ : ଉମରକୋଟ ରାଇଘର ମୁଖ୍ୟ ରାସ୍ତାର ଦରଗାଗୁଡା ଠାରେ ସଡକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି . ଦ୍ରୁତଗତିରେ ବାଇକ ଚାଳନା କାରଣରୁ ଦୁର୍ଘଟଣା ଘଟିଥିବା କଥା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି . UV-6 ଗ୍ରାମର ରାମପଦ ସରଦାରଙ୍କ ପୁଅ ସତ୍ୟ ସରଦାର ଉମରକୋଟ ଠାରୁ ନିଜ ଘରକୁ ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡରେ ଥିବା ଏକ ନଳକୂପ ଦେହରେ ପିଟି ହୋଇଥିଲା . ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା . ନିକଟସ୍ଥ ଲୋକ ମାନେ ସାଙ୍ଗେ ସାଙ୍ଗେ ପୋଲିସ କୁ ଖବର ଦେଇଥିଲେ , ପୋଲିସ ଆସି ତାଙ୍କୁ ମେଡିକାଲ ପଠାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l

Exit mobile version