Site icon Awaj Media

ସ୍ଥାୟୀ ରାସ୍ତା ନାହିଁ : ଲୋକେ ଭୋଗୁଛନ୍ତି ଦୁର୍ଦଶା !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଗମନାଗମନ ପାଇଁ ସ୍ଥାୟୀ ରାସ୍ତା ନଥିବାରୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ଭାଟସାହି ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା ଅବସ୍ଥା . ଓଡଗାଁ ଏବଂ ବାହାଡାଝୋଲା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ . ତେବେ ଗ୍ରାମକୁ ଗମନା ଗମନ ପାଇଁ ଏବେ ସୁଦ୍ଧା ତିଆରି ହୋଇନାହିଁ ପକ୍କା ରାସ୍ତା .କଦର୍ଯ୍ୟ ଅବସ୍ଥା କାରଣରୁ ପ୍ରତିଦିନ ଘଟୁଛି ଛୋଟ ବଡ ଦୁର୍ଘଟଣା . ଗ୍ରାମବାସୀମାନେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି. ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଅଧିକାରୀଙ୍କୁ କହିବା ସତ୍ତ୍ୱେ କିଛି ସୁଫଳ ମିଳି ପାରୁନାହିଁ. ସ୍ଥାନୀୟ ସରପଞ୍ଚଙ୍କର ସହଯୋଗରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଅଧିକାରୀଙ୍କୁ କହିବା ପରେବି କିଛି ସୁଫଳ ମିଳି ନଥିବା ଅଭିଯୋଗ ହେଉଛି. ନୂଆଗାଁ ବ୍ଲକର ଦାୟିତ୍ୱ ରେ ଥିବ ଏକ୍ସକଇଟିଭି ଇଞ୍ଜନିଅର ରାସ୍ତା କାମକୁ ବନ୍ଦ କରି ରଖିଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି. କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ହୋଇପାରିବ ନାହିଁ ବୋଲି କହୁଛନ୍ତି ଅଧିକାରୀ . ଏଠାରେ ସୂଚନା ଯୋଗ୍ୟ ଏହି ରାସ୍ତା ରେ ଡାହାଙ୍ଗୀ, ମଦନପୁର, ପାଣ୍ଡିରିପଡା, କୁରାଳ, ଭାଲିଆଡ଼େଇଁ ସମେତ ପ୍ରାୟ ଦଶଟି ଗ୍ରାମର ଲୋକେ ନିର୍ଭର କରିଥାନ୍ତି . ରାସ୍ତାର ଅଚଳ ଅବସ୍ଥା ପାଇଁ ଘୋର ଅସୁବିଧା ର ସମ୍ମୁଖୀନ ହେଉଅଛନ୍ତି. ଖାଲଖମାରେ ଭର୍ତ୍ତି ହୋଇ ରାସ୍ତା ଟି ପୁରା ଅଚଳ ଅବସ୍ଥାରେ ପଡ଼ିରହିଛି. ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ମତ ରଖିଛନ୍ତି .

Exit mobile version