Site icon Awaj Media

ପରୋଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର କରଣ ସାହି ନିବାସୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି . ସେ ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଉତ୍କଳ ହିତୈସିଣୀ ସମାଜର ସଙ୍ଗୀତ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା ଦେଉଥିଲେ, ତାଙ୍କ ଠାରୁ ଅନେକ କଳାକାର ସଙ୍ଗୀତ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ . ଅନେକ ସାରସ୍ୱତ ଅନୁଷ୍ଠାନ ସହ ଜଡ଼ିତ ଥିଲେ ସ୍ୱର୍ଗୀୟା ପଟନାୟକ ,କିଛି ଦିନ ହେଲା ସେ ଅସୁସ୍ଥ ଥିବା ସମୟରେ ଆଜି ନିଜସ୍ୱ ବାସଭବନ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି . ତାଙ୍କ ବିୟୋଗରେ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁ ଗୌର ଚନ୍ଦ୍ର ପଣ୍ଡା, ଲେଖକ ନରସିଂହ ପଟ୍ଟନାୟକ, ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଗୁରୁ କୈଳାସ ପଟ୍ଟନାୟକ, କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ବିଚିତ୍ରା ନନ୍ଦ ବେବର୍ତ୍ତା, ହରିଦାସ ପାଣିଗ୍ରାହୀ, ମନୋଜ ପାଢ଼ୀ, ଆଦର୍ଶ ଦାସ, କୁନା ହଳଧର, ମତଙ୍ଗିନି ଗୁରୁ, ହେମନ୍ତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପାରଳା ମାଟି ଜଣେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ହରାଇଲା ବୋଲି କହିଛନ୍ତି ।

Exit mobile version