Site icon Awaj Media

ହିତାଧିକାରୀଙ୍କୁ ମଶାରୀ ବାଣ୍ଟିଲେ ସାଂସଦ ମହେଶ ସାହୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଗ୍ରାମପଞ୍ଚାୟତରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ସାଂସଦ ମହେଶ ସାହୁ । କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ସମଲ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ କଳ୍ପନା ସାହୁ, ସମିତିସଭ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନା ସାହୁ, ଏଏନଏମ ଶ୍ରୀମତୀ ଭାରତୀ ଗିରି, କଣିହାଁ ବ୍ଲକ ବିଡ଼ିଓ ରମେଶ ଚନ୍ଦ୍ର ଜେନା, ଅଭୟ କୁମାର ସାମଲ ଏବଂ ବିଜୁ ଜନତା ଦଳର ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ । ବିକିସର ଗ୍ରାମରେ ଘରକୁ ଘର ଯାଇ ନିଜେ ସାଂସଦ ମହୋଦୟ ମଶାରୀ ବଣ୍ଟନ କରିବା ସହିତ ମ୍ୟାଲେରିଆ ଦାଉରୁ କିପରି ରକ୍ଷା ପାଇବା ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନେ ମାସ୍କ ପିନ୍ଧିଥିଲେ ଓ ସମସ୍ତଙ୍କୁ କରୋନା ମହାମାରୀ ସଙ୍କଟରୁ କିପରି ରକ୍ଷା ପାଇବା ସଚେତନତା କରିଥିଲେ ।

Exit mobile version