Site icon Awaj Media

ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ଵର୍ଗତା ପୁଷ୍ପାବେଣୀ ପଟନାୟକଙ୍କୁ ଭକ୍ତିସଂଗୀତ ସଂସଦର ଶ୍ରଦ୍ଧା ସୁମନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ଵର୍ଗତା ପୁଷ୍ପାବେଣୀ ପଟନାୟକଙ୍କୁ ଭକ୍ତିସଂଗୀତ ସଂସଦର ଶ୍ରଦ୍ଧା ସୁମନ . ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ସୁନାମଧନ୍ୟ କଣ୍ଠଶିଳ୍ପୀ ପୁଷ୍ପାବେଣୀ ପଟନାୟକଙ୍କ ପରଲୋକରେ ଭକ୍ତିସଂଗୀତ ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ସ୍ମୃତି ସଭାରେ ସଭାପତି ବିଚିତ୍ରନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ପୁରୋଧା ପୂର୍ଣ୍ଣଚନ୍ଦ୍ର ରଥ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ସମୟରେ ରାଜେନ୍ଦ୍ର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱର୍ଗତା ପୁଷ୍ପାବେଣୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଭାଗବତ ପାଢ଼ୀ, ଗୁରୁ ରଘୁନାଥ ପାତ୍ର, ଗୋପାଳଡ଼ାକ୍ତର ମୁର୍ମୁ, ଆଶାଲତା ପାଣିଗ୍ରାହୀ, ତ୍ରିପତି ପଣ୍ଡା, ବାବାଜୀ ବେହେରା, ସ୍ନିଗ୍ଧା ମିଶ୍ର, କୈଳାଶ ପଟ୍ଟନାୟକ, ଜଗଦୀଶ ମହାପାତ୍ର, ଗୋପାଳ ଶତପଥୀ ପ୍ରଭୃତି ଯୋଗଦାନ ଦେଇ ନିଜ ବକ୍ତବ୍ୟରେ ଦିବଂଗତ ପୁଷ୍ପlବେଣୀଙ୍କ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।

Exit mobile version