Site icon Awaj Media

ଭାରତୀୟ ଜନତା ପାର୍ଟି ତରଫରୁ ପିଚୁକୁଳି ମଣ୍ଡଳରେ ପ୍ରଶିକ୍ଷଣ ଶିବିର !!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପିଚୁକୁଳି ରେଡ଼ ରୋଜ୍ କ୍ଲବ ପରିସର ଠରେ ଭାରତୀୟ ଜନତା ପାର୍ଟି ତରଫରୁ ପିଚୁକୁଳି ମଣ୍ଡଳର ପ୍ରଦେଶ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି l ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ପିଚୁକୁଳି ମଣ୍ଡଳ ର ୬ଗୋଟି ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଯୋଗ ଦେଇଛନ୍ତି l ଏହି ପ୍ରଶିକ୍ଷଣ ଶିବିର କୁ ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର ଉଦ୍ଦଘାଟନ କରିଥିବା ବେଳେ ପିଚୁକୁଳିସ୍ଥ ମଣ୍ଡଳ ସଭାପତି ଶେଖ ଦୌଲତ ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ . ମଣ୍ଡଳ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ, ଜିଲ୍ଲା ଉପ-ସଭାପତି ଶ୍ରୀମତୀ ରୋଜିନା ଦାଶ, ସୁବାଷ ଚନ୍ଦ୍ର ସାହୁ, ରାକେଶ ବଳିୟାରସିଂ , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଲୋତକ ବିନ୍ଦୁ ପଟ୍ଟନାୟକ, ଅନିଲ ମାର୍ଥା, ଅକ୍ଷୟ ରାଉତରାୟ, ଶିବରାମ ମଲ୍ଲିକ ପ୍ରମୁଖ ଯୋଗଦେଇ ଭାରତୀୟ ଜନତା ପାର୍ଟିର ଚିନ୍ତାଧାରାକୁ କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ ଏବଂ ଦେଶ ଓ ଦଳ ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ କର୍ମକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ ଶିବିର ର ସଂଯୋଜକ ଭାବେ ବୋଲଗଡ଼ ବେଗୁନିଆ ବିଜେପି ସଂଯୋଜକ ଶ୍ରୀଯୁକ୍ତ ସୁବାଷ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲ l

Exit mobile version