Site icon Awaj Media

କନ୍ଧମାଳ ସାଂସଦଙ୍କ ସମୟୋଚିତ ସହାୟତା !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବ୍ଲକ ଗୁମି ପଞ୍ଚାୟତର କେସେଣ୍ଡl ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ବଖରା ଘର ପୁରା ଭସ୍ମୀଭୂତ ହୋଇଥିଲା . ଦୁର୍ଘଟଣା ପରଦିନ ନିଜେ ଦଶପଲ୍ଲା ବିଧାୟକ ଆସି ଅଗ୍ନି ବିପନ୍ନଙ୍କ ସମସ୍ୟା ବୁଝିଥିଲେ l ବିଧାୟକ ରମେଶ ଚନ୍ଦ୍ର ବେହେରା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଦେଇଥିଲେ ପ୍ରତିଶ୍ରୁତି . ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଶୁଣିବା ପରେ ଆଜି କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ କେସେଣ୍ଡl ଗ୍ରାମକୁ ନିଜ ପ୍ରତିନିଧିଙ୍କ ଜରୀଆରେ ସହାୟତା ପଠାଇଥିଲେ . ନୟାଗଡ଼ ଜିଲା ସାଂସଦ ପ୍ରତିନିଧି ସଦାଶିବ ମିଶ୍ର, ଗଣିଆ ବ୍ଲକ ଅଧକ୍ଷ୍ୟ ଶେଷଦେବ ସ୍ୱାଇଁ, ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ବିଜୟ କୁମାର ସlସମଲ, ନୂଆଗାଁ ବ୍ଲକ ଉପାଧ୍ୟାକ୍ଷ୍ୟl ପୁଷ୍ପାଞ୍ଜଳି ସାହୁ, ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଗୁମି ସରପଞ୍ଚ ରଜନୀ ନାୟକ, କାପ୍ତାପଲ୍ଲି ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତରାୟ, ଗୁମି ପଞ୍ଚାୟତ ବିଜେଡି ସଭାପତି ଫକୀର ମୋହନ ସାହୁ , ଯୁବବାହିନୀ ସଭାପତି ଅବନ୍ତୀ ସାହୁ, ସମାଜସେବି ପାଣ୍ଡବ ବାରିକ କେସେଣ୍ଡl ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସାଂସଦଙ୍କ ତରଫରୁ ଦିଆଯାଇଥିବା କମ୍ବଳ ଏବଂ ୨ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l

Exit mobile version