ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନମଣ୍ଡଳୀ ଢ°ସର ପଞ୍ଚାୟତ ର ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ଦିଆଯାଉନାହିଁ . ତଥ୍ୟ ନ ମିଳିବାକୁ ପ୍ରତିବାଦ କରି ଡମପଡା ବ୍ଲକ ପରିସରରେ ରହିଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଜାରି ରହିଛି . ଢ°ସର ପଞ୍ଚାୟତରେ ହୋଇଥିବା ପ୍ରତିଟି ଜନହିତକର କାର୍ଯ୍ୟ ନାମରେ ଲକ୍ଷାଧିକ ଟଙ୍କା ଲୁଟ କରାଯାଇଥିବାର ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ . ସଂପୂର୍ଣ୍ଣ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଆନ୍ଦୋଳନ . କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ଢ°ସର ପଞ୍ଚାୟତରେ ୨୦୧୨ମସିହା ଠାରୁ ଅଦ୍ୟାବଧି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ବାହାନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବାରମ୍ବାର ଡମପଡା ବ୍ଲକ ରୁ ସୂଚନା ଅଧିକାର ଆଇନରେ ସ୍ଥାନୀୟ ପଂଚାୟତ ର ସୂଚନା ଅଧିକାରୀ କର୍ମି ନକୁଳ ପ୍ରଧାନ ତଥ୍ୟ ମାଗି ମାଗି ବିଫଳ ହେବାରୁ ଡମପଡା ବ୍ଲକ କାର୍ଯ୍ୟଳୟ ପରିସରରେ ଢ°ସର ପଞ୍ଚାୟତ କଂଗ୍ରେସର କର୍ମକର୍ତ୍ତା ସହ ଅନଶନରେ ବସିଛନ୍ତି । ଏହି ଅନଶନ କାର୍ଯ୍ୟକ୍ରମରେ ବାଙ୍କୀ ର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଡମପଡା ବ୍ଲକ ର ଦୁର୍ନୀତି ସମ୍ପର୍କରେ ଗର୍ଜିଥିଲେ ଓ ଏହି ଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ । ସୂଚନା ଯୋଗ୍ୟ ଢ°ସର ପଞ୍ଚାୟତରେ ଚତୁର୍ଥ ଓ ଚତୁର୍ଦଶ ଅର୍ଥ କମିଶନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଏବଂ ପଞ୍ଚାୟତରେ ଅନେକ ଉନ୍ନତି ମୂଳକ କାର୍ଯ୍ୟର ଗୋଟିଏ ଗୋଟିଏ କାର୍ଯ୍ୟ କରି ତା ଉପରେ ଦୁଇ ରୁ ତିନିଥର ବିଲ କରି ଅର୍ଥ ହଡପ, ପଞ୍ଚାୟତରେ ଜଣେ ମହିଳା ଜନଜାତି ର ସରପଞ୍ଚ ଥିବାରୁ ସରପଞ୍ଚଙ୍କ ଅଗୋଚରରେ ଶାସକ ଦଳର କର୍ମିଙ୍କ କଥା ରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ହୋଇଚାଲିଛି । ଏପରିକି ହାଇମାକ୍ସଲାଇଟ ଓ ଲାଇଟ କିଣା ବିକାରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଭଳି ଅନେକ ଜନହିତକର କାର୍ଯ୍ୟର ମିଛ ବିଲ କରି ହରିଲୁଟ କରି ଚାଲୁଥିଲେ ସ୍ଥାନୀୟ ପଂଚାୟତ କିଛି ତୁଙ୍ଗ ନେତା ଆଉ ଠିକାଦାର ମାନେ .ଏବେ ତଥ୍ୟ ମାଗିବାରୁ ପଞ୍ଚାୟତ ଓ ବ୍ଲକ ପକ୍ଷରୁ କୌଣସି ତଥ୍ୟ ମିଳୁନାହିଁ, ଆଉ ମଧ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁପକ୍କା ଘର ନିର୍ମାଣ କୁ ନେଇ ପଞ୍ଚାୟତ ରେ କେତୋଟି ଘର ପ୍ରଦାନ କରାଯାଇଛି କେତେ ଯୋଗ୍ୟ ହିତାଧିକାରୀ ଗୃହ ଯୋଗେଇ ଦିଆ ଯାଇଛି ସମ୍ପର୍କରେ ମଧ୍ୟ ତଥ୍ୟ ମିଳୁନାହିଁ । ୨୦୧୨ମସିହା ପରଠାରୁ ଢ°ସର ପଞ୍ଚାୟତ ଉନ୍ନତି ମୂଳକ କାର୍ଯ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ର ତଥ୍ୟ ମାଗିବାରୁ ତାହା ନ ମିଳିବାରୁ ଆଜି ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଓ ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା ପାଇଁ ଏହି ଅନଶନ ବୋଲି ସୂଚନା ଅଧିକାର କର୍ମି ନକୁଳ ପ୍ରଧାନ ପ୍ରକାଶ କରିଛନ୍ତି । ଏହି ଅନଶନ କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ କର୍ମୀ ଭାବନୀ ଶଙ୍କର ଧଳ ସାମନ୍ତ, କୁବେର ଚୌଧୁରୀ, ଅସିତବରଣ ପଟ୍ଟନାୟକ ,ବିଶ୍ୱ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଆଇନ ରେ ମିଳିଲାନି ତଥ୍ୟ : ଅନଶନରେ ସାମାଜିକ କର୍ମୀ !!!

