Site icon Awaj Media

ଗଜପତିରେ କପା ମଣ୍ଡି ଉଦଘାଟନ : କପାଚାଷୀ ସଚେତନତା ଓ କପାର ଗୁଣାତ୍ମକ ମାନ ପରୀକ୍ଷା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ କମିଟି ମାଧ୍ୟମରେ  ଭାରତୀୟ କପା ନିଗମ ଲିମିଟେଡ଼, ରାୟଗଡା ପକ୍ଷରୁ  ଚାଷୀଙ୍କ କପା କ୍ରୟ ନିମନ୍ତେ କପାମଣ୍ଡି ଉଦଘାଟନ ହୋଇଯାଇଛି । ଏହି ଅବସରରେ କପାଚାଷୀ ସଚେତନତା ଓ କପାର ଗୁଣାତ୍ମକ ମାନ ପରୀକ୍ଷା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କପାମଣ୍ଡିକୁ ଭାରତୀୟ କପା ନିଗମ ଲିମିଟେଡ଼, ରାୟଗଡାର ପରଚେଜ ଅଫିସର ଶ୍ରୀ କେ.ସୁଧାକର ରାଓ ଏବଂ ଆରଏମସି ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁ ମିଳିତ ଭାବେ ଉଦଘାଟନ କରିଥିଲେ । ଆୟୋଜିତ କପା ଚାଷୀ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟତଃ ଅଗ୍ରୀମ ଟୋକେନ୍ ଆଣି ତା  ମାଧ୍ୟମରେ ଚାଷୀ ମଣ୍ଡିକୁ ବିକ୍ରୟ ପାଇଁ କପା ଆଣିବା ସହ କପାମଣ୍ଡି ସପ୍ତାହରେ ମାତ୍ର ଦୁଇଦିନ ତଥା ମଙ୍ଗଳବାର ଓ ବୁଧବାର ଦିନ ଭାରତୀୟ କପା ନିଗମ ସିସିଆଇ (cci) ରାୟଗଡା ଦ୍ୱାରା କପା କ୍ରୟ କରାଯିବ ଏବଂ ଚାଷୀ ବିକ୍ରୟ କପାର ଉଚିତ ମୂଲ୍ୟ ପାଇବା ପାଇଁ ଗୁଣାତ୍ମକ ମାନର ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ସକାଳ ୯ ଘଣ୍ଟିକା ଠାରୁ ୨ ଘଣ୍ଟିକା ସମୟ ମଧ୍ୟରେ ବିକ୍ରୟ ପାଇଁ ଆଣି ପାରିବେ ବୋଲି ଅଧିକାରୀମାନେ କହିଥିଲେ । କପାମଣ୍ଡିକୁ ବିକ୍ରୟ ନିମନ୍ତେ ଆସିଥିବା କପା ଗୁଡିକୁ ନିଗମର କ୍ରୟ ଅଧିକାରୀ ଶ୍ରୀ ସୁଧାକର , କପାର ଗୁଣାତ୍ମକ ମାନ ଯାଞ୍ଚ କରି ପରୀକ୍ଷା କରିଥିଲେ । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୁହାଯାଇଛି ଯେ , ଏଥି ପୂର୍ବରୁ ପ୍ରଚାର ଅଭିଯାନ ରଥ ବାହାରି ମୁଖ୍ୟତଃ କପାଚାଷ ହେଉଥିବା ଜିଲ୍ଲାର ୪ ଟି ବ୍ଲକ କାଶୀନଗର , ଗୁମ୍ମା , ଗୋଷାଣୀ ଓ ରାୟଗଡ ବ୍ଲକର  ପ୍ରାୟ ୫୦ ଟି ଗ୍ରାମ ପରିକ୍ରମା କରି ପ୍ରାୟ ୧୨ ଶହ କପାଚାଷୀଙ୍କୁ ସଚେତନ କରାଉଛି । କପା ବିକ୍ରୟ ପାଇଁ ଅଗ୍ରୀମ ଟୋକେନ୍ କିଭଳି ନେବେ , ଜମିର ପ୍ରମାଣ ପତ୍ର କିଭଳି ଓ କେଉଁଠାରୁ ଆଣିବେ , ଜଣେ ଚାଷୀଙ୍କ ଠାରୁ ସର୍ବାଧିକ ୪୦ କ୍ୟୁଣ୍ଟାଲ ପର୍ଯ୍ୟନ୍ତ କପା କ୍ରୟ କରିବା , ନିର୍ଦ୍ଧାରିତ କପାର ଗୁଣାତ୍ମକ ମାନ ଓ ସରକାରଙ୍କ ସର୍ବନିମ୍ନ କ୍ୟୁଣ୍ଟାଲ ପ୍ରତି ସହାୟକ ମୂଲ୍ୟ  ଏବଂ କପାର ଉଚିତ ମୂଲ୍ୟ ପାଇବା ପାଇଁ ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ବିକ୍ରି ନିମନ୍ତେ ଆଣିବା ପାଇଁ ପ୍ରଭୃତି ଉପରେ କପାଚାଷ ହେଉଥିବା ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ କପାଚାଷୀ ମାନଙ୍କୁ ସଚେତନ କରାଉଛି ବୋଲି କୁହାଯାଇଛି । ରାୟଗଡ ବ୍ଲକ ପଦ୍ମପୁର ଗ୍ରାମର ଜଣେ କପାଚାଷୀ ଶ୍ରୀ ଡି:ନୀଳକଣ୍ଠ କହିଛନ୍ତି ଯେ , ଚଳିତବର୍ଷ ଆମର ଭଲ କପା ଫସଲ ହୋଇଛି । ପୁଣି ଚଳିତଥର କପାର କ୍ୟୁଣ୍ଟାଲ ପ୍ରତି ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଆମେ କପାଚାଷୀ ମାନେ ବିଶେଷ ଲାଭବାନ ଓ ଉପକୃତ ହେବୁ , ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ ।

Exit mobile version