ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ସ୍ଥିତ ବୋଷ ଡେନ୍ସ ଷ୍ଟୁଡ଼ିଓ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ , ଗଜପତି ଜିଲ୍ଲା ୟୁନିଟ ତରଫରୁ ବିଶ୍ୱ ମାନବ ଅଧିକାର ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଜୁଳା ଚୌଧୁରୀଙ୍କ ସଭାପତିତ୍ୱ କରିଥିବା ସମୟରେ ଶିଶୁ ପରିବାର ଓ ମହିଳା ବିଭାଗ, ରାଜ୍ୟ ସଭାପତି ଆଲୋକ କୁମାର ବୋଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ . ଲିଗାଲ ଆଡଭାଇଜର ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ (ଓଡିଶା) ଶଶାଙ୍କ ଶେଖର ସାବତ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ . ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଚାଇଲ୍ଡଲାଇନ୍ ର ସଂଯୋଜକ ନାଗେଶ୍ୱର ଚୌଧୁରୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ ଗଜପତିର ସମ୍ପାଦକ ଲିଲି ସାହୁ ମଞ୍ଚାସୀନ ହୋଇ ମାନବ ଅଧିକାର ଓ ସୁରକ୍ଷାର ବିଭିନ୍ନ ବିଷୟ ଗୁଡିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ ଗଜପତିର ଅନ୍ୟ ସଦସ୍ୟ ସୁନିତା ପଣ୍ଡା , ମନୋଜ ଚୌଧୁରୀ , ସୁଧା ଚୌଧୁରୀ , ଗିରୀଷ ପାଢ଼ୀ , ଶୁସଦାଶ ଗୁରୁ , ସିନୁ ମିସାଲ , ପ୍ରବୀଣ କୁମାର ଲିମା ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱ ମାନବ ଅଧିକାର ଦିବସ ପାଳିତ !!

