Site icon Awaj Media

ଶାଳିଜଙ୍ଗା ଗ୍ରାମରେ ବାର୍ଷିକ ମହାଲଷ୍ମୀ କ୍ରିକେଟ କପ ଉଦଯାପିତ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଶାଳିଜାଙ୍ଗ ଗ୍ରାମପଞ୍ଚାୟତ ରେ ଆୟୋଜିତ ହୋଇଯାଇଛି ବାର୍ଷିକ ମହଲଷ୍ମୀ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ । ଉଦଯାପନୀ ଦିବସରେ ଟମକା ଓ ଶାଳିଜଙ୍ଗା ମଧ୍ୟରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟମକା ଟିମ . ୧୨ ଉଭର ଶେଷ ସୁଧା ୭୧ ରନ ସଂଗ୍ରହ କରି ଶାଳିଜଙ୍ଗା ଆଗରେ ୭୨ ରନ ର ବିଜୟ ଲକ୍ଷ ରଖିଥିଲା . ଏହାର ଜବାବରେ ଶାଳିଜଙ୍ଗା ଦଳ ୧୦ ଓଭର ରେ ୫ ଟି ଉଇକେଟ ହରାଇ ୭୩ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଶାଳିଜଙ୍ଗା ଦଳ ତରଫରୁ ଐଶ୍ୱରୀୟ ମିଶ୍ର ସର୍ବାଧିକ ୩୫ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଚଳିତ ସିରିଜ ରେ ସର୍ବାଧିକ ୨୦୦ ରନ ସଂଗ୍ରହ କରିଥିବା ଜଗନ୍ନାଥ ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଥିଲା । ମହାଲଷ୍ମୀ କ୍ଲବ ତରଫରୁ ବିଜୟୀ ଦଳ କୁ ୧୧୦୦୦ ଟଙ୍କାର ପୁରସ୍କାର ରାଶି ଏବଂ ରନର୍ସ ଅପ ଦଳକୁ ୭୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି . ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାନଗଦି ବ୍ଲକ ଯୁବ ସଭାପତି ଜୟପ୍ରକାଶ ସାହୁ ଓ ସମ୍ମାନିତ ଅତିଥି ଭାବେ ମହାଲଷ୍ମୀ କ୍ଲବ ଉପଦେଷ୍ଟା ବସନ୍ତ କୁମାର ଦାସ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ ।

Exit mobile version