କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଜୀବନବିନ୍ଦୁ , ବିପ୍ଲବୀ ପବିତ୍ରମୋହନ ଫାଉଣ୍ଡେସନ ଓ ସମ୍ବାଦ-ଆମ ଓଡ଼ିଶା ର ଉଦ୍ୟମରେ କଣିହାଁ ବ୍ଲକ ପରାବିଲ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ପାଳଲହଡାର ଯୁବ ବିଧାୟକ ମୁକେଶ କୁମାର ପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବିପ୍ଲବୀ ପବିତ୍ର ମୋହନ ଫାଉଣ୍ଡେସନର ଆବାହକ କୈଳାସ ଚନ୍ଦ୍ର ସାହୁ, ବ୍ଲକ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଚନ୍ଦ୍ର ମହାନ୍ତି, ଅନୁଗୋଳ ଜିଲ୍ଲା ଯୁବ ସଂପାଦକ ପ୍ରଦୀପ କୁମାର ସାମଲ, କୃପାସିନ୍ଧୁ ସାହୁ, ସରପଂଚ ବଂଶୀଧର ସାହୁ, ଅବନୀକାନ୍ତ ସାହୁ, ବିରଞ୍ଚି ନାରାୟଣ ସାହୁ, ଅମିତ୍ କୁମାର ବେହେରା, ସୁରଥ ଦେହୁରୀ, ନନ୍ଦକିଶୋର ସାହୁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ପବିତ୍ରମୋହନ ଫାଉଣ୍ଡେସନ ଓ ସମ୍ବାଦ-ଆମ ଓଡ଼ିଶା ର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର

