Site icon Awaj Media

ଭାପୁର ରେ ବିହନ ବିଶୋଧନ ପ୍ରଦର୍ଶନୀ କାର୍ଯ୍ୟକ୍ରମ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଭଗବାନପୁର ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଓ ଭାପୁର ବ୍ଲକ କୃଷି ବିଭାଗ ତରଫରୁ ବିହନ ବିଶୋଧନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍ଲକ କୃଷି ଅଧିକାରୀ ପ୍ରଦିପ୍ତ କୁମାର ପଟ୍ଟନାୟକ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଗବାନପୁର ସରପଞ୍ଚ କୈଳାସ ଚନ୍ଦ୍ର ଡାକୁଆ , ସମିତି ସଭ୍ୟ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିବା ସମୟରେ କୃଷି ବିଭାଗର ଅଧିକାରୀମାନେ ଯୋଗଦେଇ କୃଷକମାନଙ୍କୁ ବିହନ ବିଶୋଧନ ସମ୍ପର୍କରେ ବୁଝାଇଥିଲେ । ସମ୍ପୁର୍ଣ୍ଣ କୋଭିଡ ନିୟମକୁ ଦୃଷ୍ଟିରେ ରଖି କୃଷକ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହିତ ମାଟି ମାଠିଆରେ କିପରି ବିହନ ବିଶୋଧନ କରି କ୍ଷେତରେ ବୁଣିଲେ ଅଧିକ ଅମଳ ହେବ ସେ ସମ୍ପର୍କରେ କୃଷି ଅଧିକାରୀ ପ୍ରଦିପ୍ତ କୁମାର ପଟ୍ଟନାୟକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

Exit mobile version